Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କେରଳରୁ କାଶ୍ମୀର କାୟା ମେଲାଉଛି କରୋନା : ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨

9/03/2020 at 2:53 PM

ନୂଆଦିଲ୍ଲୀ ୯/୩: ଦେଶରେ କରୋନା ଭାଇରସର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେରଳରୁ କାଶ୍ମୀର ଚାରିଆଡେ କରୋନା କାୟା ବିସ୍ତାର କରିଚାଲିଛି । ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ରେ ପହଞ୍ଚିଛି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସେହିଭଳି ଜାମ୍ମୁକାଶ୍ମୀରରେ ଜଣେ ୬୩ ବର୍ଷର ମହିଳା କରୋନା ଅକ୍ରାନ୍ତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ମହିଳା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ ।

ଅନ୍ୟପକ୍ଷରେ ଇରାନରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ କରୋନା ଯାଞ୍ଚ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ଇରାନ ସରକାରଙ୍କ ସହ ଆଲୋଚନା ଚାଲିଛି ।  ଇରାନରେ ଥିବା କୌଣସି ଭାରତୀୟ ମତ୍ସ୍ୟଜୀବୀଙ୍କୁ କରୋନା ସଂକ୍ରମଣ ହୋଇ ନ ଥିବା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।

   Related Posts