ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢିଲା, ଭୁବନେଶ୍ୱରର ମଧୁସୂଦନ ନଗରରେ ଜଣେ ଚିହ୍ନଟ

Published By : Prameya-News7 Bureau | April 07, 2020 IST

ଭୁବନେଶ୍ୱର ୦୭। ୦୪: ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ମଧୂସୂଦନ ନଗରରେ ତାଙ୍କ ଘର । ତାଙ୍କର ୪୫ବର୍ଷ ବୟସ ବୋଲି ଜଣାପଡିଛି । ତାଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋଭିଡ-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ସଂପୃକ୍ତ ବ୍ୟକ୍ତିଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡିନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ରେ ଏପରି ସୂଚନା ଦିଆଯାଇଛି ।

wp:core-embed/twitter {"url":"https://twitter.com/HFWOdisha/status/1247438917462196225?s=20","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1247438917462196225?s=20
/wp:core-embed/twitter

ସୂଚନାଯୋଗ୍ୟ ଯେ, ରବିବାର ଦିନ ରାଜ୍ୟରେ ୧୮ଜଣ କୋଭିଡ-୧୯ ପ଼ଜିଟିଭ୍‌ଙ୍କ ସୂଚନା ମିଳିଥିବା ବେଳେ ସୋମବାର ଦିନ ରାତିରେ କେନ୍ଦ୍ରାପଡାରେ ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଆଜି ଭୁବନେଶ୍ୱରରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ଏହି ସଂଖ୍ୟା ୪୧ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ କେବଳ ୩୨ଜଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.