ଆଖିରେ ଆଙ୍ଗୁଠି ଗେଞ୍ଜି ରାଜକୋଷକୁ ଲୁଟୁଛନ୍ତି ୪୧୪ କମ୍ପାନୀ, ପାଣି ଟିକସ ଘୋଟାଲା ପ୍ରସଂଗରେ ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | December 18, 2018 IST

ଭୁବନେଶ୍ବର୧୮|୧୨: କେବେ ଆଦାୟ ହେବ ପାଣି ବିଲ୍ ? କେଉଁ ସାହସରେ ହଜାର ହଜାର କୋଟି ଟଙ୍କା ବକେୟା ଜଳକର ଦେଉ ନାହାନ୍ତି ୪୧୪ କମ୍ପାନୀ । ନ୍ୟୁଜ୭ରେ ପାଣିମହାଦୁର୍ନୀତିର ଖୁଲାସା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ପାଣି ଘୋଟାଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ସୋସିଆଲ ମିଡ଼ିଆଠାରୁ ପଲିଟିକାଲ କରିଡରରେ ଏବେ ଏହା ହିଁ ଚର୍ଚ୍ଚାର ପ୍ରସଙ୍ଗ।  ଆଖିରେ ଆଙ୍ଗୁଠି ଗେଞ୍ଜି ରାଜକୋଷକୁ ଲୁଟୁଛନ୍ତି ୪୧୪ କମ୍ପାନୀ। ହଜାର ହଜାର କୋଟି ଜଳକର ଫାଙ୍କି ବେଫିକର ଶୋଷୁଛନ୍ତି ଓଡ଼ିଶାର ପାଣି। ନ୍ୟୁଜ୭ ଏହାର ଖୁଲାସା କରିବାପରେ ଆକ୍ଟିଭ ହୋଇଛନ୍ତି ବିରୋଧୀ ।  ଖଣି ପରେ ପାଣିଦୁର୍ନୀତିକୁ ସରକାରଙ୍କ ବିରୋଧରେ ଅସ୍ତ୍ର କରିବାକୁ ସଜବାଜ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।ବାକି ଟଙ୍କା ଦେଉ ନଥିବା କମ୍ପାନୀଙ୍କ ପାଣି କନେକ୍ସନ କାଟିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେପଟେ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରି ଘେରିବାକୁ ଚେଷ୍ଟାକରିଛି ବିଜେପି ।

ସେପଟେ ଏଭଳି ପାଣି ଲୁଟ୍ ଦେଖି ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । କାଗଜ କଲମରେ ଯଦି ଚିତ୍ର ଏୟା, ତାହେଲେ ଭିନ୍ନ ଉପାୟରେ ବି ଆହୁରି କେତେ ଲୁଟ୍ ହେଉଥିବ ସେ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଏ ଭଳି ସ୍ଥିତିରେ ସରକାର ତୁରନ୍ତ ବାକି ଟଙ୍କା ଆଦାୟ କରିବା ଦିଗରେ ଦୃଢ ପଦକ୍ଷେପ ନେବାକୁ ଦାବି ବଢିବାରେ ଲାଗିଛି ।

ଟାଟାଠାରୁ ରିଲାଏନ୍ସ ଯାଏ, ଭୂଷଣଠାରୁ ଜିନ୍ଦଲ, ୩୩୨ ଘରୋଇ କମ୍ପାନୀ ହଜାର ହଜାର କୋଟିର ପାଣି ବିଲ୍ ଫାଙ୍କି ଚାଲିଛନ୍ତି ।  ଖାଲି ଘରୋଇ ନୁହେଁ ୮୨ ସରକାରୀ ସଂସ୍ଥା ବି ସରକାରଙ୍କୁ ଲୁଟିବାରେ ପଛେଇ ନାହାନ୍ତି । ମାନେ ଆମ ପାଣି ନେଇ ଲାଭ ତ କରିବେ, ବର୍ଯ୍ୟବସ୍ତୁ ଛାଡ଼ି ପରିବେଶ କରିବେ ତା ସାଙ୍ଗକୁ ରାଜକୋଷକୁ ଲୁଟ୍‌ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.