ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ, ବିଭିନ୍ନ ସ୍ଥାନରେ ଅସୁବିଧା ନେଇ ବିଜେପିର ଅଭିଯୋଗ

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪ : ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ସେ ପ୍ରକାଶ କରିଛନ୍ତି ।କୌଣସି ସ୍ଥାନରୁ କିଛି ଅପ୍ରିତିକର ପରିସ୍ଥିତି ଆସିନଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଅପରପକ୍ଷରେ  ମତଦାନ ଚାଲିଥିବା ବିଭିନ୍ନ ପ୍ରକାର ଅସୁବିଧାର ରିପୋର୍ଟ ହସ୍ତଗତ ହେବାରେ ଲାଗିଛି । କୋଉଠି ଇଭିଏମ ଠିକଭାବେ ଚାଲିନି ତ କେଉଁଠି ଭୋଟ ଦେବା ପାଇଁ ଲମ୍ବା ଲାଇନରେ ଠିଆ ହୋଇ ଭୋଟର ଅଚେତ ହୋଇପଡିଛନ୍ତି । ସେହିଭଳି ଗାଁଠାରୁ ମତଦାନ କେନ୍ଦ୍ର ବହୁଦୂରରେ ଥିବାରୁ ଲଲୋକେ ଭୋଟ ବର୍ଜ୍ଜନ ମଧ୍ୟ କରିଛନ୍ତି । ଲାଞ୍ଜିଗଡରେ ଭୋଟ୍ ବର୍ଜନ କରିଛନ୍ତି ଅଞ୍ଚଳବାସୀ । ନାଗୁପଡାବାସୀ ୨୦୫ ବୁଥ୍‌ ରେ ଭୋଟ୍ ବର୍ଜନ କରିଛନ୍ତି । ରାସ୍ତା ଓ ପୋଲ ଦାବି କରି ଭୋଟ୍ ବର୍ଜନ କରିଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ୧୨୨ନମ୍ବର ବୁଥରେ କାମିୟା ମିଣିଆକା ନାମକ ଜଣେ ଭୋଟର ଅଚେତ ହୋଇପଡିଛନ୍ତି । ଭୋଟ୍ ଦେବାକୁ ଆସି ଘଣ୍ଟାଏ କାଳ ଖରାରେ ଲାଇନ୍ ଦେଇ ଛିଡା ହୋଇଥିବା ବେଳେ ହଠାତ୍ ଅଚେତ ହୋଇ ପଡିଲେ । ତୁରନ୍ତ ତାଙ୍କୁ ସମ୍ପର୍କୀୟ ମାନେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ବିଭିନ୍ନ ସ୍ଥାନରେ ଅସୁବିଧା ହୋଇଥିବା ନେଇ ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି । ଚିକିଟି ବ୍ଲକର ୫ଟି ବୁଥରେ ଗଣ୍ଡଗୋଳ ହୋଇଥିବାବେଳେ ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ବସାଇଦିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.