Covid-19 ଯୋଗୁ ରୋଜଗାର ହରାଇଛନ୍ତି ୪୧ଲକ୍ଷ ଯୁବ ଭାରତୀୟ: ILO-ADB

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯।୮:  ଦେଶରେ କୋଭିଡ-୧୯ ସଂକ୍ରମଣ ଯୋଗୁ ଅନୁନ୍ୟ ୪୧ଲକ୍ଷ ଯୁବ ଭାରତୀୟ ନିଯୁକ୍ତି ହରାଇଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠ (ଆଇଏଲଓ) ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ଙ୍କ ଏକ ଯୁଗ୍ମ ରିପୋର୍ଟରୁ ଜଣାପଡିଛି। ‘ଏସିୟା ଓ ପ୍ରଶାନ୍ତ କ୍ଷେତ୍ରରେ କୋଭିଡ-୧୯ ଯୁବ ବେକାର ସଂକଟ ମୁକାବିଲା’ ଶିର୍ଷକ ଏହି ରିପୋର୍ଟରେ ଉପୁଜିଥିବା ପରିସ୍ଥିତି  ୭ଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ କୃଷି ଓ ନିର୍ମାଣ କ୍ଷେତ୍ରରୁ ଏହା ସ୍ପଷ୍ଟ ବାରିହୋଇପଡୁଥିବା କୁହାଯାଇଛି। 

{"id":317148,"sizeSlug":"large"}

ରିପୋର୍ଟ ଅନୁସାରେ ମହାମାରୀ ପ୍ରଶାନ୍ତ ଏସିୟା କ୍ଷେତ୍ରର ନିଯୁକ୍ତିକୁ ପ୍ରଭାବିତ କରିଥିବା ବେଳେ ଏହା ଏବେକା ସମୟର ମୁଖ୍ୟ ଆହ୍ୱାନ ପାଲଟିଛି।  ଆଞ୍ଚଳିକ ମୂଲ୍ୟାୟନ ଆଧାରିତ ଏହି ରିପୋର୍ଟରେ ୧୫ରୁ ୨୪ ବର୍ଷ ବୟସ୍କଙ୍କ ଲାଗି ସମୟ ଅତ୍ୟନ୍ତ ଜଟିଳ ହୋଇପଡିଥିବା ଉଲ୍ଲେଖ ରହିଛି। ତେବେ ସଂକଟ ଦୀର୍ଘକାଳୀକ ହେବା ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ରିପୋର୍ଟରେ  ଆକଳନ କରାଯାଇଛି। 

{"id":317149,"width":578,"height":383,"sizeSlug":"large"}

ଭାରତରେ ଆପ୍ରେଣ୍ଟିସିପ୍‌ ଦୁଇ ତୃତୀୟାଂଶ ଓ ତିନି ଚତୁର୍ଥାଂଶ ଇଣ୍ଟର୍ଣ୍ଣସିପ୍‌ ପ୍ରଭାବିତ ହୋଇଛି। ଏଣୁ ସରକାରଙ୍କୁ ତୁରନ୍ତ ନିଯୁକ୍ତିକ୍ଷେତ୍ର ପ୍ରତି ଦୃଷ୍ଟି ଦେବା ଏବେ ଜରୁରି ହୋଇପଡିଥିବା ରିପୋର୍ଟରେ କୁହାଯାଇଛି। ୨୦୧୯ ମସିହାରେ ପ୍ରଶାନ୍ତ ଏସିୟ କ୍ଷେତ୍ରର ଆଞ୍ଚଳିକ ବେକାରୀ ହାର ୧୩.୮ ପ୍ରତିଶତ ଥିଲା। ତେବେ କୋଭିଡ ସଂକ୍ରମଣ ପରେ ଏହି ହାର ଉଦବେଗଜନକ ହୋଇପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.