ଗ୍ରୀସରେ ୪୧ ଜଣ ଶରଣାର୍ଥୀ ଜୀବିତ ଅବସ୍ଥାରେ ଏକ ଟ୍ରକରୁ ଉଦ୍ଧାର

Published By : Prameya-News7 Bureau | November 04, 2019 IST

ଏଥେନ୍ସ - ଗ୍ରୀସରେ ୪୧ ଜଣ ଶରଣାର୍ଥୀଙ୍କୁ ଜୀବିତ ଅବସ୍ଥାରେ ଏକ ଟ୍ରକରୁ ଉଦ୍ଧାର କରାଯାଇଛି। ନିୟମିତ ଯାଞ୍ଚ ସମୟରେ ଟ୍ରକରୁ ଜୀବିତ ଉଦ୍ଧାର ହୋଇଛନ୍ତି ଶରଣାର୍ଥୀ । ଉତ୍ତର ଗ୍ରୀସରେ ଏମାନଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର ହୋଇଥିବା ସବୁ ଶରଣାର୍ଥୀ ଆଫଗାନିସ୍ତାନ ଅଞ୍ଚଳର ବୋଲି ଜଣାପଡିଛି। ଉଦ୍ଧାର କରାଯାଇଥିବା ଶରଣାର୍ଥୀ କେହି ଆହତ ହୋଇନାହାନ୍ତି। ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତୁରନ୍ତ ହସ୍ପଟିଲାକୁ ପଠାଯାଇଛି।

ଟ୍ରକକୁ ଭିତରୁ ଥଣ୍ଡା ରଖିବା ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ଥଣ୍ଡା କରାଯାଇନଥିଲା। ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ୨୦୧୫ ପରଠାରୁ ଏବେ ଗ୍ରୀସରେ ଅଧିକସଂଖ୍ୟକ ଶରଣାର୍ଥୀଙ୍କ ଅନୁପ୍ରବେଶ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.