ରାଜ୍ୟରେ ବର୍ତ୍ତମାନ ୪୧ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସାଧୀନ, ସେମାନଙ୍କ ପାଇଁ ରହିଛି ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା

Published By : Prameya-News7 Bureau | June 02, 2021 IST

ଭୁବନେଶ୍ବର ୨।୬: ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ଓ ହସପିଟାଲରେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । ବ୍ଲାକ୍ ଫଙ୍ଗସ୍ ରୋଗୀ ଓ କୋଭିଡ୍ ଆକ୍ରାନ୍ତ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଅଲଗା ଅଲଗା ୱାର୍ଡ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ରାଜ୍ୟରେ ୪୧ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମେ’ ମାସରେ ପିକ୍ ରେ ଥିଲା ସଂକ୍ରମଣ । ଏବେ ସଂକ୍ରମଣ ଧିରେ ଧିରେ ଖସୁଛି । ମୃତ୍ୟୁ ହାରରେ ଓଡିଶା ଦେଶରେ କମ୍ । ମେ’ ମାସରେ ଅଧିକ ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲେ । ସେଥିପାଇଁ ମୃତ୍ୟୁ ସଂଖ୍ୟା ଏଭଳି ଆସୁଛି । ଆଗକୁ ମୃତ୍ୟୁ ସଂଖ୍ୟା କମିବ । ଏବେ ଅଧିକାଂଶ ହସ୍ପିଟାଲରେ ବେଡ୍ ଖାଲି ହେଉଛି । ଆକ୍ରାନ୍ତ ଭଲ ହୋଇ ଘରକୁ ଫେରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.