Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କରୋନା କାଳରେ ଆଶ୍ଵସ୍ତିକର ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ୪୦୬୧ ସଂକ୍ରମିତ, ଖୋର୍ଦ୍ଧାରୁ ଅଧିକ

11/09/2020 at 7:53 PM

ଭୁବନେଶ୍ଵର ୧୧।୦୯: ଓଡିଶାରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହା ମଧ୍ୟରେ ଆଜି ରାଜ୍ୟ ପାଇଁ ଆସିଛି ଏକ ଆଶ୍ଵସ୍ତିକର ଖବର। ଦ୍ଵିତୀୟ ଥର ରାଜ୍ୟରେ ଗୋଟିଏ ଦିନରେ ୪ ହଜାରରୁ ଉର୍ଦ୍ଧ୍ଵ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଦ୍ଵିତୀୟ ସର୍ବାଧିକ ୪୦୬୧ ସଂକ୍ରମିତ କରୋନାରୁ ମୁକ୍ତ ହୋଇଛନ୍ତି। ଏହା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୬୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କଟକରୁ ୪୨୫ କୋଭିଡ୍-୧୯ରୁ ଭଲ ହୋଇଛନ୍ତି। ସେହିଭଳି ସୁନ୍ଦରଗଡରୁ ୨୬୭, ବରଗଡରୁ ୨୪୪, ମୟୂରଭଞ୍ଜରୁ ୨୪୦, ବାଲେଶ୍ଵରରୁ ୧୮୭, ଯାଜପୁରରୁ ୧୮୫, କେନ୍ଦ୍ରାପଡାରୁ ୧୭୯, ଅନୁଗୁଳରୁ ୧୬୭, ଗଞ୍ଜାମରୁ ୧୫୭, ପୁରୀରୁ ୧୩୨, ଭଦ୍ରକରୁ ୧୩୦, ଜଗତସିଂହପୁରରୁ ୧୩୦, ଝାରସୁଗୁଡାରୁ ୧୩୦, କେନ୍ଦୁଝରରୁ ୭୮, ସମ୍ବଲପୁରରୁ ୭୭, କୋରାପୁଟରୁ ୭୪, ନୂଆପଡାରୁ ୭୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ପରି  ନବରଙ୍ଗପୁରରୁ ୫୯, ଢେଙ୍କାନାଳରୁ ୫୦, ନୟାଗଡରୁ ୪୮, ରାୟଗଡାରୁ ୪୫, କଳାହାଣ୍ଡିରୁ ୩୭, ବଲାଙ୍ଗିରରୁ ୩୩, ସୋନପୁରରୁ ୩୩, କନ୍ଧମାଳରୁ ୩୨, ବୌଦ୍ଧରୁ ୩୧, ଦେବଗଡରୁ ୨୬, ମାଲକାନଗିରିରୁ ୨୪ ଓ ଗଜପତିରୁ ୨୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୧, ୪୩, ୧୧୭କୁ ବୃଦ୍ଧି ଘଟିଛି। ସେହି ପରି ରାଜ୍ୟରେ ଆଉ ୧୪ ଜଣଙ୍କ ପ୍ରାଣହାନୀ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୫ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୬୨କୁ ବୃଦ୍ଧି ଘଟିଛି।

   Related Posts