ଆଜି ଆକ୍ରାନ୍ତ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ: ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୪୦୧୪

Published By : Prameya-News7 Bureau | September 28, 2020 IST

ଭୁବନେଶ୍ଵର ୨୮।୦୯: ଅନଲକ ୪ରେ ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସେହି ଅନୁସାରେ ମଧ୍ୟ ରୋଗୀ ସୁସ୍ଥ  ହେଉଛନ୍ତି। ଆଜି ଆକ୍ରାନ୍ତଙ୍କ ତୂଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୋମବାର ଟ୍ଵିଟ୍ ଯୋଗେ ଘୋଷଣା କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୫ ରୋଗୀ କରୋନାରୁ ମୁକ୍ତ  ହୋଇଛନ୍ତି। ସେହି ପରି କଟକରୁ ୪୦୪, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ଵଲପୁରରୁ ୧୫୭, ଅନୁଗୁଳରୁ ୧୪୩, ବାଲେଶ୍ଵରରୁ ୧୩୧, କନ୍ଧମାଳରୁ ୧୩୦, ଝାରସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସେହି ପରି କଳାହାଣ୍ଡିରୁ ୯୦, ଢେଙ୍କାନାଳରୁ ୮୬, ନବରଙ୍ଗପୁରରୁ ୮୬,  କୋରାପୁଟରୁ ୮୧,  ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗିରରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ  ୪୨, ଗଞ୍ଜାମରୁ ୪୧, ରାୟଗଡାରୁ ୪୧, ଗଜପତିରୁ ୩୧ ଓ ଦେବଗଡରୁ ୧୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୩୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୨  ହଜାର ୬୦୯ରେ ପହଞ୍ଚିଛି। ଅନ୍ୟପଟେ ଆଉ ୧୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୧ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.