ଟେଷ୍ଟ କ୍ରିକେଟ୍‌ରେ ୪୦୦ ୱିକେଟ୍ କ୍ଲବ୍‌ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ, ଦଶକର ଦ୍ୱିତୀୟ ବୋଲର

Published By : Prameya-News7 Bureau | December 26, 2019 IST

ସେଞ୍ଚୁରିଆନ : ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୪୦୦ ଟେଷ୍ଟ ୱିକେଟ୍ ହାତେଇବାରେ ଚଳିତ ଦଶକର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ଇଂଲଣ୍ଡ ସେଞ୍ଚୁରିଆନ ସୁପରସ୍ପୋର୍ଟ ଷ୍ଟାଡିୟମରେ ଖେଳୁଥିବା ବେଳେ ବ୍ରଡ ତାଙ୍କର ଲକ୍ଷ ହାସଲ କରିନେଇଛନ୍ତି।

{"id":203098,"sizeSlug":"large"}

ସେ ସାଉଥ ଆଫ୍ରିକାକ୍ୟାପ୍ଟେନ ଫାଫ ଦୁ ପ୍ଲେସିସିଙ୍କୁ ୨୯ ରନ୍‌ରେ ବୋଲ୍ଡ କରି ବ୍ରଡ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ୍ କ୍ଲବରେ ଯୋଗଦେଇଛନ୍ତି। ପୂର୍ବରୁ ଦଶକ ଆରମ୍ଭରେ ଇଂଲଣ୍ଡକ ଜେମ୍ସ ଏଣ୍ଡରସନ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ତେବେ ଏଣ୍ଡରସନଙ୍କ ପରେ ଅଷ୍ଟ୍ରେଲିୟ ସ୍ପିନର ନେଥନ ଲାୟନ ୩୭୬ଟି  ୱିକେଟ୍ ହାସଲ କରି ତୃତୀୟ ସ୍ଥାନରେ ଅଛନ୍ତି।

{"id":203099,"width":577,"height":433,"sizeSlug":"large"}

ଶ୍ରୀଲଙ୍କାର ରଙ୍ଗନା ହେରାଥ ୩୬୩ ୱିକେଟ୍ ସହ ୪୦୦ ୱିକେଟ୍ କ୍ଲବ ଆଡକୁ ମୁହାଁଉଥିବା ବେଳେ ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୩୬୨ଟି ୱିକେଟ୍ ସହ ୪୦୦ ୱିକେଟ୍ କ୍ଲବ ଆଡକୁ ମୁହାଁଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.