ସ୍ବେଚ୍ଛାକୃତ ଅବସରର ବିକଳ୍ପ ବାଛିଲେ ବିଏସଏନଏଲର ୪୦ ହଜାର କର୍ମଚାରୀ, କାହିଁକି ଜାଣନ୍ତୁ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ୯/୧୧: ଟେଲିକମ କମ୍ପାନି ବିଏସଏନଏଲ ପକ୍ଷରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ଘୋଷଣା ହୋଇଥିଲା। ଘୋଷଣା ହେବାର ତିନିଦିନ ମଧ୍ୟରେ ୪୦ ହଜାର ବିଏସଏନଏଲ କର୍ମଚାରୀ ଏଥିଲାଗି ଆବେଦନ କରିଥିବା କଥା ବିଏସଏନଏଲ ଅଧ୍ୟକ୍ଷ ପି.କେ. ପୁରଓ୍ଵାର ସୂଚନା ଦେଇଛନ୍ତି।


ପି.କେ. ପୁରଓ୍ଵାର କହିଛନ୍ତି ଯେ ଭିଆରଏସ ଆବେଦନ କରିଥିବା ୪୦ ହଜାର କର୍ମଚାରୀଙ୍କ ମଧ୍ୟରୁ ୨୬ ହଜାର ଗ୍ରୁପ ସି କର୍ମଚାରୀ ଅଛନ୍ତି। ତେବେ ବିଏସଏନଏଲର ଅନ୍ୟ ଶ୍ରେଣୀର କର୍ମଚାରୀମାନେ ମଧ୍ୟ ଭିଆରଏସ ପାଇଁ ଆବେଦନ କରି ପାରନ୍ତି। ସୂଚନା ମୁତାବକ ଭିଆରଏସ ଯୋଜନା ମାଧ୍ୟମରେ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭିଆରଏସ ଦେବାଫଳରେ ବିଏସଏନଏଲ ପ୍ରାୟ ୭ ହଜାର କୋଟି ଟଙ୍କା ସଂଚୟ  କରିପାରିବ।

ସୂଚାନଯୋଗ୍ୟ ଯେ ଗତ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ସରକାର ବିଏସଏନଏଲର ପୁନରୁଦ୍ଧାର ଯୋଜନାକୁ ମଂଜୁରୀ ପ୍ରଦାନ କରିଥିଲେ। ଏଥିସହ ସରକାର ଏହି କମ୍ପାନିରେ ପ୍ରାୟ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସୋଭେରିନ ବଣ୍ଡ ଦ୍ବାରା ବଜାରରୁ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.