କୋର୍ଟଙ୍କ ଗ୍ରୀନ କ୍ରାକରର ଦେଖା ଗଲା ପ୍ରଭାବ, ବଜାରକୁ ପୁଣି ଫେରିଲା ୪୦୦ ବର୍ଷ ପ୍ରାଚୀନ ମାଟି କୁମ୍ପି

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ୨।୧୧:  ମାଟିରେ ତିଆରି ବାଣ ପୁଣି ବଜାରକୁ ଫେରିଛି। ସୁପ୍ରିମକୋର୍ଟ କେବଳ ଗ୍ରୀନ କ୍ରାକରକୁ ଦୀପାବଳିରେ ଅନୁମତି ଦେବା ୪୦୦ ବର୍ଷର ଆତଶବାଜୀ ପରମ୍ପରାକୁ ପୁଣି ଦେଶରେ ପୁନର୍ଜୀବିତ କରିଛି। ପ୍ରାଚୀନ ଭାରତରେ କୁମ୍ଭାର ପରିବାରମାନେ ଏପରି ମାଟିରେ ବାଣ ତିଆରି କରୁଥିଲେ। ଯାହା ଦୀପାବଳିକୁ ଝଲମଲ କରୁଥିଲା। ତେବେ ଆଧୁନିକତାରେ ଚମକ ହରାଇଥିବା ଏହି କାରିଗରି ପୁଣି ଜୀବନ୍ୟାସ ପାଇଥିବା ବେଳେ ବଜାରରେ ଏପରି ହାତ ତିଆରି ଦେଶୀୟ ଫୋଟକାରେ ଭରି ଯାଇଛି।

wp:embed {"url":"https://twitter.com/ani_digital/status/1455359851740106755","type":"rich","providerNameSlug":"twitter","responsive":true}
https://twitter.com/ani_digital/status/1455359851740106755
/wp:embed

ମାଟି ତିଆରି ଘଡ଼ିବାଣ ଏବେ ବଜାରରେ ଧାକ ଜମାଇଛି। ତେବେ କିଛି ବର୍ଷ ପୂର୍ବରୁ ଦୀପାବଳୀରେ ଏହା ଅଲୋଡା ହୋଇଯାଇଥିଲା। ଏଣୁ କାରିଗରମାନେ ବାଣ ତିଆରି ବନ୍ଦ କରିଦେଇଥିଲେ। କେବଳ ଘଡ଼ିବାଣ ନୁହେଁ ଚକ୍ରିବାଣ, କାଗଜ ତିଆରି ଫୁଲଝରିର ମଧ୍ୟ ବଜାର ପ୍ରବେଶ ହୋଇଛି। ସେହିପରି ଶବ୍ଦ କରୁଥିବା ହାତ ତିଆରି ସୁତୁଲି ବାଣ ବି ବିକ୍ରି ଲାଗି ଧାଡିରେ ରହିଛି। ଏହି ସବୁ ବାଣ ବ୍ୟତୀତ ତାଳ ପତ୍ର ଓ ଅନ୍ୟ ପ୍ରାକୃତିକ ପ୍ରସ୍ତୁତ ପୁରୁଣାକାଳିଆ ଫୋଟକା ଏବେ ବଜାରରେ ବିକ୍ରି ହେଉଥିବା ଦେଖା ଯାଉଛି।

{"id":537346,"width":840,"height":470,"sizeSlug":"full","linkDestination":"none"}

ବଡ଼ୋଦରାରେ ‘ପରିବାର ଫାଉଣ୍ଡେସନ’ ଏଥିରେ କାରିଗର ପରିବାରଙ୍କୁ ସହାୟତାର ହାତ ବଢାଇଛି। ଫାଉଣ୍ଡେସନର ସଭାପତି ନିତାଲ ଗାନ୍ଧି କାରିଗର ହାତରେ ତିଆରି କରିଥିବା ଫୋଟକା ଶତ ପ୍ରତିଶତ ସ୍ୱଦେଶୀ ବୋଲି କହିଛନ୍ତି। ସ୍ଥାନୀୟ କାରିଗରଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହା ଏକ ଉଦ୍ୟମ ବୋଲି ଗାନ୍ଧି କହିଛନ୍ତି। ପ୍ରସ୍ତୁତ ସାମଗ୍ରୀ ପରିବେଶ ଅନୁକୂଳ ଓ ବ୍ୟବହାର ପରେ ମନକୁ ମନ ନଷ୍ଟ ହୋଇଯାଏ। ଏହା ଶିଶୁଙ୍କ ଲାଗି ମଧ୍ୟ ସୁରକ୍ଷିତ ବୋଲି ଗାନ୍ଧି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.