ବଗିଚାରୁ ଚୋରି ହେଲା ୪୦୦ ବର୍ଷ ପୁରୁଣା ବୋନସାଇ ଗଛ : ଗଛର ମୂଲ୍ୟ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | February 12, 2019 IST

ଟୋକିୟୋ ୧୨/୨ : ଜାପାନର ରାଜଧାନୀ ଟୋକିୟୋ ନିକଟରେ ଥିବା ସେତାମା ଅଂଚଳରେ ଥିବା ଏକ ବଗିଚାରୁ ୪୦୦ ବର୍ଷ ପୁରୁଣା ବୋନସାଇ ଗଛ ସହ ୭ଟି ଅନ୍ୟ ଦୁର୍ଲଭ ଗଛ ଚୋରି ହୋଇଯାଇଛି | ଏହି ସବୁ ଗଛର ମୂଲ୍ୟ ପାଖାପାଖି ୮୩ ଲକ୍ଷ | ଏହି ଗଛକୁ ସାଧାରଣତଃ ସାଜସଜ୍ଜାରେ ବ୍ୟବହାର କରାଯାଇଥାଏ | ୪୦୦ ବର୍ଷ ପୁରୁଣା ବୋନସାଇ ଗଛକୁ ପ୍ରତିଯୋଗିତାରେ ରଖା ଯାଇଥିଲା | ଏହି ଗଛର ମୂଲ୍ୟ ପାଖାପାଖି ୬୩ ଲକ୍ଷ ଟଙ୍କା |

{"id":84487,"width":584,"height":327}


ପୂର୍ବ ଏସିଆରେ, ବିଶେଷ କରି ଜାପାନରେ ବିଶେଷ ଜ୍ଞାନ କୌଶଳରେ ଏହି ବୋନସାଇ ଗଛ ପ୍ରସ୍ତୁତ କରାଯାଇଥାଏ | ଦେଖିବାକୁ ଏହା ସାଧାରଣ ଗଛ ଭଳି କିନ୍ତୁ ଏହାର ଆକାର ଅନ୍ୟ ଗଛ ତୁଳନାରେ ବହୁତ ଛୋଟ | ଏହି ଗଛର ରକ୍ଷଣାବେକ୍ଷଣ କରୁଥିବା ସିଜି ଇମ୍ୟୁରାଙ୍କ ପତ୍ନୀ କହିଛନ୍ତି ଯେ, ସେ ବୋନସାଇ ଗଛରେ ପ୍ରତିଦିନ ପାଣି ଦେଉଥିଲେ |

କାରଣ ପାଣି ନଦେଲେ ଏହି ଗଛ ସପ୍ତାହେ ମଧ୍ୟ ବଂଚି ନଥାଏ | ସେ କହିଛନ୍ତି ଯେ, ସେ ନିଜ ସନ୍ତାନ ଭଳି ଗଛର ଯତ୍ନ ନେଉଥିଲେ | ଗଛ ଚୋରି ହୋଇଯାଇଥିବାରୁ ତାଙ୍କର ଏକ ଅଙ୍ଗ କଟି ଯାଇଥିବା ଭଳି ଅନୁଭୂତ ହେଉଛି ବୋଲି କହିଛନ୍ତି ସିଜି ଇମ୍ୟୁରାଙ୍କ ପତ୍ନୀ | ସେ କହିଛନ୍ତି ଯେ, ଚୋରା ନିଶ୍ଚୟ ପେସାଦାର ହୋଇଥିବା | ସେଥିପାଇଁ ସେ ୩୦୦୦ ଚାରା ମଧ୍ୟରୁ ବୋନସାଇ ଗଛକୁ ଚୋରି କରିନେଲା |

{"id":84488}

ସିଜିଙ୍କ ପତ୍ନୀ ଏନେଇ ଫେସବୁକରେ ଏକ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ଯେ, ଗଛକୁ ସେ ନିଜ ସନ୍ତାନ ଭଳି ଯତ୍ନ କରୁଥିଲେ | ଯିଏ ଏହି ଗଛକୁ ଚୋରି କରିଛନ୍ତି ସେ ନିୟମିତ ଏଥିରେ ପାଣି ଦିଅନ୍ତୁ ଏବଂ ଗଛକୁ ମରିବାକୁ ନଦିଅନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.