Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

କରୋନା ଟିକା ଅଭାବ, ବନ୍ଦ ହେଲାଣି ୪୦୦ ଟିକାଦାନ କେନ୍ଦ୍ର, ୭ ଦିନ ପାଇଁ ୧୫ ଲକ୍ଷ ଟିକା ଦେବାକୁ କେନ୍ଦ୍ରକୁ ରାଜ୍ୟର ଦାବି

7/04/2021 at 7:36 PM

ଭୁବନେଶ୍ଵର ୦୭।୦୪: କରୋନା ଟିକା ଅଭାବ। ଆବଶ୍ୟକ ମୁତାବକ କୋଭିଡ ଟିକା ମହଜୁଦ ନଥିବା କାରଣରୁ ବାଧାପ୍ରାପ୍ତ ହେଲାଣି ଟିକାଦାନ କାର୍ଯ୍ୟକ୍ରମ। ସେଥିପାଇଁ ରାଜ୍ୟର ପ୍ରାୟ ୪୦୦ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି । ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ଗଡବଡ ହେବାର ସମ୍ଭାବନା ରହିଛି । ଏବେ ରାଜ୍ୟରେ ମାତ୍ର ୧୧୦୩ କେନ୍ଦ୍ରରେ ଟିକାଦାନ ହେଉଛି । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏଭଳି ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟମନ୍ତ୍ରୀ ।

ତଥ୍ୟ ଅନୁସାରେ, ରାଜ୍ୟର ବିଭିନ୍ନ କୋଲ୍ଡ ଚେନ୍ ପଏଣ୍ଟରେ  ମହଜୁଦ ଅଛି ୧ ଲକ୍ଷ ୮୫ ହଜାର ଟିକା । ଗତକାଲି ରାଜ୍ୟକୁ ଆସିଛି ୩ ଲକ୍ଷ ୫୦ ହଜାର ଟିକା । ଅର୍ଥାତ ମୋଟ ୫ ଲକ୍ଷ ୧୫ ହଜାର ଡୋଜ୍ ଅଛି ରାଜ୍ୟପାଖରେ । ଏବେ ଦିନକୁ ହାରାହାରି ୨. ୩ଲକ୍ଷ ଟିକା ଦିଆଯାଉଥିବାରୁ ୨ ଦିନରେ ସରିଯିବ ଷ୍ଟକ୍ ଟିକା ।  ତେଣୁ ତୁରନ୍ତ କେନ୍ଦ୍ରସରକାର ଟିକା ପଠାଇବା ଦରକାର ବୋଲି ରାଜ୍ୟ ସରକାରଙ୍କ ଦାବି କରିଛନ୍ତି। କଥା ଦିନେ କି ୨ ଦିନ ପାଇଁ ଟିକା ମହଜୁଦର ନୁହଁ । ଅଧିକ ସଂଖ୍ୟାରେ ଟିକା ଷ୍ଟକ ନରହିଲେ କୋଲ୍ଡ ଚେନ୍ ପଏଣ୍ଟକୁ ପଠାଇ ଷ୍ଟକ ରଖାଯାଇପାରୁନି । ସେଥିପାଇଁ ଅତି କମରେ ୭ ଦିନ ପାଇଁ ୧୫ ଲକ୍ଷ ଟିକା କେନ୍ଦ୍ର ଦେଉ ବୋଲି ଦାବି କରିଛନ୍ତି ରାଜ୍ୟ ସରକାର । ସେପଟେ ଟିକା ଷ୍ଟକକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହେଲାଣି ।

କେବଳ ଓଡିଶା ନୁହେଁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଆଡଭାନ୍ସ ଟିକା ଦାବି କଥା ଉଠାଇଲେଣି । ଆନ୍ଧ୍ର, ମହାରାଷ୍ଟ୍ର ଆଦି କେତେକ ରାଜ୍ୟ କରୋନା ଟିକା ଆଡଭାନ୍ସ ଦେବାକୁ କେନ୍ଦ୍ରକୁ ଚିଠି ଦେଲେଣି । ମହାରାଷ୍ଟ୍ରରେ କରୋନା ଟିକା ଅଭାବ ବୋଲି ସେଠିକା ସ୍ବାସ୍ଥ୍ୟମନ୍ତ୍ରୀ କହିବାପରେ ଧିରେଧିରେ ଏନେଇ ବିଭିନ୍ନ ଆଡୁ ସ୍ବର ଉଠିଲାଣି । ମହାରାଷ୍ଟ୍ରରେ ପ୍ରତିଦିନ ୪ ଲକ୍ଷ ୫୦ ହଜାର ଟିକା ଦିଆଯାଉଛି । ହେଲେ ସେଠି ମାତ୍ର ୧୪ ଲକ୍ଷ ଟିକା ମହଜୁଦ ଅଛି ।  ଏହିଟିକା ୩ ଦିନରେ ସରିଯିବ ବୋଲି ମହାରାଷ୍ଟ୍ର ସରକାର କହୁଛନ୍ତି। ସେଥିପାଇଁ ୪୦ ଲକ୍ଷ ଟିକା ଆଡଭାନ୍ସ ଦେବାକୁ ମହାରାଷ୍ଟ୍ର ସରକାର ଦାବି କରିଛନ୍ତି । ଆନ୍ଧ୍ର ସରକାର ମଧ୍ୟ ସମାନ ଯୁକ୍ତିବାଢି କହିଛି ତାଙ୍କ ରାଜ୍ୟରେ ଦୁଇଦିନ ଭିତରେ ଟିକା ସରିଯିବ । ସେଥିପାଇଁ କେନ୍ଦ୍ର ସରକାରଙ୍କୁ ୧ କୋଟି ଆଡଭାନ୍ସ ଟିକା ଦେବାକୁ ଆନ୍ଧ୍ର ସରକାର ଚିଠି ଲେଖିଛନ୍ତି । ଦିଲ୍ଲୀ ସରକାର ବି ସମାନ ଦାବି ଦୋହରାଇଲେଣି ।

ଦେଶରେ କୋଭିସିଲଡ୍ ଓ କୋଭାକ୍ସିନ ଟିକା ଭିନ୍ନ ଭିନ୍ନ ଭାଗରେ ଦିଆଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ରାଜ୍ୟ ମାନଙ୍କର ଆବଶ୍ୟକତା ଅନୁଯାୟୀ ଟିକା ପଠାଯାଉଛି । କୌଣସି ରାଜ୍ୟରେ ଟିକା ଅଭାବ ହେବନି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

କୋଭିଡର ସଂକ୍ରମଣ ହାର ଦୃତ ଗତିରେ ବଢୁଥିବା ଦେଖି ସବୁ ରାଜ୍ୟ ଅଧିକ ଟିକା ନିଜ ପାଖରେ ମହଜୁଦ ରଖିବାକୁ ଚାହୁଁଛନ୍ତି । ଫଳରେ ସେମାନେ ଅତିକମରେ ୭ ଦିନ କିମ୍ବା ତାଠୁ ଅଧିକ ଦିନ ପାଇଁ ଟିକା କରଣ ନେଇ ଆଗୁଆ ପ୍ଲାନିଙ୍ଗ କରିପାରିବେ । ସେପଟେ କିନ୍ତୁ କେନ୍ଦ୍ର ସରକାର କେବଳ ରାଜ୍ୟର ଆବଶ୍ୟକ ଅନୁଯାଇ ଶେଷ ମୁହୁର୍ତ୍ତରେ ଟିକା ପଠାଉଥିବାରୁ ରାଜ୍ୟମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଯାହାକି ଏବେ ରାଜନୈତିକ ମୁଦ୍ଦା ହେଲାଣି।

   Related Posts