Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମିତ ଶାହଙ୍କ ମାଷ୍ଟର ଷ୍ଟ୍ରୋକ୍ : କାଶ୍ମୀରରୁ ୪୦୦ ବିଚ୍ଛିନ୍ନତାବାଦୀଙ୍କୁ ଗିରଫ କରି ଭର୍ତ୍ତିକଲେ ହରିଆନା ଜେଲରେ

22/08/2019 at 1:36 PM

ନୂଆଦିଲ୍ଲୀ ୨୨/୮: ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ୪୦୦ଜଣ ବିଚ୍ଛିନ୍ନତାବାଦୀଙ୍କୁ ଗିରଫ କରାଯାଇଛି। ଏହି ଲୋକଙ୍କୁ ହରିୟାଣାର ୪ଟି ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ,ଫରିଦାବାଦ ଜେଲରେ ୨୦୦,କରନାଲ ଜେଲରେ ୮୦,ଝଜ୍ଜର ଜେଲରେ ୭୦ ଏବଂ ଯମୁନାନଗର ଜେଲରେ ୫୦ଜଣଙ୍କୁ ଭର୍ତ୍ତି କରାଯାଇଛି। କରନାଲ ଜେଲରେ ପୂର୍ବରୁ ୬୧ଜଣଙ୍କୁ ରଖାଯାଇଛି।

ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତି ପରେ ସରକାର ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାଶ୍ମୀରର ବିଭିନ୍ନ ଜେଲରେ ବନ୍ଦୀ ଥିବା ୭୦ଜଣ ଚରମପନ୍ଥୀ-ବିଚ୍ଛିନ୍ନତାବାଦୀଙ୍କୁ ଆଗ୍ରା କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି। ଏହି ବିଛ୍ଚିନ୍ନତାବାଦୀଙ୍କୁ ବାୟୁସେନାର ଏକ ବିଶେଷ ବିମାନ ଯୋଗେଁ ଆଗ୍ରା ନିଆଯାଇଥିଲା। ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ ଏଥିରେ ସାମିଲ ଥିବା ବିଚ୍ଛିନ୍ନତାବାଦୀ ପଥର ମାରିବା ଭଳି ଘଟଣାରେ ସମ୍ପୃକ୍ତ ଏବଂ ତାଙ୍କର ଉଦ୍ଦେଶ୍ୟ ହେଉଛି ଘାଟୀରେ ବିଶୃଙ୍ଖଳା ସୃଷ୍ଟି କରିବା।

   Related Posts