କେରଳ ବନ୍ୟାରେ ଫଶିଥିବା ୪ଶହରୁ ଅଧିକ ଓଡିଆ ଉଦ୍ଧାର

Published By : Prameya-News7 Bureau | August 21, 2018 IST

କେରଳ ବନ୍ୟାରେ ଫଶିଥିବା ୪ଶହରୁ ଅଧିକ ଓଡିଆଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ଓଡିଶା ଆଣିବା ଲାଗି ଦୁଇଟି ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ବନ୍ୟା ବିପନ୍ନ ଓଡିଆ ଲୋକଙ୍କୁ ନେଇ ଆସୁଥିବା ପ୍ରଥମ ଟ୍ରେନ୍ ଆଜି ଭୁବନେଶ୍ବର ପହଞ୍ଚିବ । ଗୋଟିଭାଲି-ଭୁବନେଶ୍ବରରେ ୨ଟି କୋଚ୍ ଏବଂ ତ୍ରିଭୋନ୍ଦ୍ର-ଗୌହାଟିରେ ଗୋଟିଏ ସ୍ବତନ୍ତ୍ର କୋଚ୍ ବ୍ୟବସ୍ଥା କରିଛନ୍ତି ଓଡିଶା ସରକାର । ବନ୍ୟାରେ ଫଶିଥିବା ଓଡିଆ ଲୋକଙ୍କୁ ଉଦ୍ଧାର କରିବା ଲାଗି କେରଳ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ଓଡିଶା ସରକାର । ଓଡିଶାରୁ ସ୍ବତନ୍ତ୍ର ଟିମ୍ ମଧ୍ୟ ପଠାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଓ ଶ୍ରମ ବିଭାଗ ସହ ଆଲୋଚନା କରି ତ୍ବରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କେରଳ ବନ୍ୟାଞ୍ଚଳରେ ଏବେ ବି ଶହ ଶହ ଓଡିଆ ଫସି ରହିଛନ୍ତି । ଗଞ୍ଜାମ, କନ୍ଧମାଳ, ନୟାଗଡ, ରାୟଗଡା, ଗଜପତି, କଟକ, ଯାଜପୁର, ଖୋର୍ଦ୍ଧା, ବରଗଡ, କେନ୍ଦ୍ରାପଡା, କଳାହାଣ୍ଡି ସମେତ ବିଭିନ୍ନ ଜିଲ୍ଲାର ଅନେକ ଲୋକ ଏବେବି ବନ୍ୟାଞ୍ଚଳରୁ ବାହାରି ପାରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.