କରୋନା ଯୋଗୁ ଭାରତରେ ୧୯.୫କୋଟି ଲୋକେ ହରାଇବେ ଚାକିରୀ, ୪୦କୋଟି ହେବେ ଦରିଦ୍ର : ILO

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮।୪: କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଭାରତର କୋଟି କୋଟି ଲୋକେ ପ୍ରଭାବିତ ହେବେ। ଅନୁନ୍ୟ ୧୯.୫କୋଟି ଲୋକେ ସେମାନଙ୍କ କର୍ମସଂସ୍ଥାନ ହରାଇବାର ଆଶଙ୍କା କରାଯାଉଥିବା ବେଳ ୪୦ କୋଟି ଲୋକଙ୍କ ଆୟ ପ୍ରଭାବିତ ହେବା ଯୋଗୁ ଗରିବ ସୀମାରେଖା ତଳକୁ ଚାଲିଯାଇପାରନ୍ତି ବୋଲି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲଓ) ଏବେ ଆଶଙ୍କା ପ୍ରକାଶ କରିଛନ୍ତି।  

{"id":250755,"width":581,"height":387,"sizeSlug":"large"}

କରୋନା ମୁକାବିଲା ଲାଗି ସରକାର ନେଉଥିବା ପଦକ୍ଷେପ ହିଁ ଏପରି ଅବସ୍ଥା ସୃଷ୍ଟି କରିବ। ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟି କୋଟି ଜନତା କର୍ମସଂସ୍ଥାନ ହରାଇ(ପଭର୍ଟି ସାଇକଲ) ଦାରିଦ୍ର୍ୟ ଚକ୍ରରେ ଫଶିବେ ବୋଲି ଆଇଏଲଓଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟରେ ଆଶଙ୍କା କରାଯାଇଛି। ଜେନେଭାରେ ଜାରି ଏହି ରିପୋର୍ଟରେ କରୋନାଜନିତ ପରିସ୍ଥିତିର ମୁକାବିଲା ଲାଗି ଭାରତ ପୂର୍ବରୁ ଆଦୌ ପ୍ରସ୍ତୁତ ନଥିଲା ଅଥବା କରିଥିବା ପ୍ରସ୍ତୁତି ପର୍ଯ୍ୟାପ୍ତ ନଥିଲା ବୋଲି କୁହାଯାଇଛି। ଯେଉଁଥିଲାଗି ଏବେ ଏପରି ପରିସ୍ଥିତିର ସମ୍ମୁଖୀନ ହେବ ବୋଲି ଆଇଏଲଓ ରିପୋର୍ଟରେ ଦର୍ଶାଇଛନ୍ତି।

{"id":250757,"sizeSlug":"large"}

କେବଳ ଭାରତ ନୁହେଁ ଭାରତ ଭଳି ବ୍ରାଜିଲ ଓ ନାଇଜେରିଆର ଅସଙ୍ଗଠିତ କ୍ଷେତ୍ର ମଧ୍ୟ ଗୁରୁତର ପ୍ରଭାବିତ ହୋଇଥିବା ଆଇଏଲଓ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ଅନୁସାରେ ଭାରତର ୯୦ ପ୍ରତିଶତ ଲୋକେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏପରି ଲୋକଙ୍କ ମଧ୍ୟରୁ ୪୦ କୋଟି ଲୋକଙ୍କ କର୍ମ ସଂସ୍ଥାନ ପ୍ରଭାବିତ ହେବାକୁ ଥିବା ବେଳେ ଏମାନେ ‘ଭିସିଅସ ସାଇକଲ ଅଫ ପଭର୍ଟି’ରେ ଫଶିବାର ଆଇଏଲଓ ଆଶଙ୍କା ପ୍ରକାଶ କରିଛନ୍ତି।

{"id":250758,"width":579,"height":277,"sizeSlug":"large"}

ରିପୋର୍ଟ ଅନୁସାରେ ସରକାର ଏବେ ଦେଶରେ ଜାରି କରିଥିବା ୨୧ ଦିନିଆ ଲକଡାଉନରେ ପ୍ରାରମ୍ଭିକ ପ୍ରଭାବ ପଡିସାରିଛି। କାମ ପାଇଟି ହରାଇ ଲକ୍ଷ ଲକ୍ଷ ଲୋକେ ସେମାନଙ୍କ ଗାଁକୁ ଫେରିଗଲେଣି। ଏମିତିରେ ବି କରୋନା ମହାମାରୀ ସାରା ବିଶ୍ୱରେ କାର୍ଯ୍ୟ ଦିବସ ହ୍ରାସ କରିଛି। ଏଥିଯୋଗୁ ଲୋକଙ୍କ ଆୟରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି, ହେଲେ ଭାରତରେ ଏହାର ପରିଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତେବେ ରିପୋର୍ଟରେ ସବୁଠୁ  ଅଧିକ ପ୍ରଭାବିତ ହେବାକୁ ଥିବା ଦେଶଙ୍କ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ସଂକଟରୁ ବାହାରିବା ଲାଗି ବିଭିନ୍ନ ପରାମର୍ଶ ମଧ୍ୟ ଦିଆଯାଇଛି।

{"id":250760,"width":576,"height":384,"sizeSlug":"large"}

ଏଥିରେ ଗୁରୁତର ପ୍ରଭାବିତ ଦେଶମାନଙ୍କୁ ନୀତିଗତ ଉପାୟ ଅବଲମ୍ବନ ଲାଗି ଆଇଏଲଓ ପରାମର୍ଶ ଦେଇଛନ୍ତି। ଏହା ସତ୍ତ୍ୱେ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ କରୋନା ଯୋଗୁ ଭାରତରେ ୬.୭ ପ୍ରତିଶତ କାର୍ଯ୍ୟଘଣ୍ଟା ହ୍ରାସହେବାର ଆଇଏଲଓ ଆକଳନ କରିଛନ୍ତି। ଯେଉଁଥି ଯୋଗୁ ୧୯.୫କୋଟି ଫୁଲଟାଇମ ଚାକିରୀ ସମାପ୍ତ ହୋଇପାରେ ବୋଲି ମଧ୍ୟ ସତର୍କ କରାଇଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.