Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୪ କ୍ୱିଣ୍ଟାଲ ଭାଙ୍ଗ ଜବତ, ଜଣେ ଗିରଫ

9/10/2020 at 9:55 PM

ଖଲ୍ଲିକୋଟ,୦୯|୧୦: ଗଞ୍ଜାମ  ଖଲ୍ଲିକୋଟ ପୋଲିସ ୪ କ୍ୱିଣ୍ଟାଲ୍ ଭାଙ୍ଗ ଜବତ କରିଛି । ଭେଜିପୁଟ ଫାଣ୍ଡି ପୋଲିସ ଶୁକ୍ରବାର ଚଢ଼ଉ କରି ୪ କୁଇଣ୍ଟାଲ ଭାଙ୍ଗ ସହ ମହିନ୍ଦ୍ରା ଜାଇଲୋ ଗାଡ଼ି ଜବତ କରିଛି । ଏହାସହ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି ।

ଶୁକ୍ରବାର ସକାଳେ ଆସିକାରୁ ପୁରୀ ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ଜାଇଲୋ ଗାଡ଼ି ନମ୍ବର ଓଆର ୧୩ଏଚ୬୩୪୧ରେ ରେ ଚୋରା ଭାଙ୍ଗ ଚାଲାଣ ହେଉଥିବା ସୂଚନା ମିଳିଥିଲା । କୌଣସି ସୂତ୍ରରୁ ଖବର ପାଇ ଭେଜିପୁଟ୍ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନେଷ୍ଟବଳ ସୀମାଦ୍ରି ପ୍ରଧାନ, ସୁଦର୍ଶନ ଜେନା ପ୍ରମୁଖ ଚଢ଼ାଉ କରିଥିଲେ । ଗାଡିରେ ୩ କୁଇଣ୍ଟାଲ ୯୯ କେଜି ଭାଙ୍ଗ ଥିବା  ଜଣାପଡିଥିଲା ।

ପୋଲିସ ଗାଡି ସହ ଭାଙ୍ଗକୁ ଜବତ କରି ଫାଣ୍ଡିକୁ ଆଣିଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଡ୍ରାଇଭର ହେଲେ ପୁରୀ ବେହେରା ସାହିର ଶ୍ୟାମ ବେହେରା (୩୬) । ଖଲ୍ଲିକୋଟ ଥାନା କେସ ନମ୍ବର ୪୩୪/୨୦୨୦ ଅନୁସାରେ ଏକ ମକଦ୍ଦମା ରୁଜୁ ହୋଇଥିବା ଫାଣ୍ତି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

   Related Posts