୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ପଣସ ଟ୍ରକରେ ହେଉଥିଲା ଚୋରା ଚାଲାଣ

Published By : Prameya-News7 Bureau | May 14, 2021 IST

ଲମତାପୁଟ, ୧୪/୦୫:  ବିପୁଳ ପରିମାଣର ଜବତ ହେଲା ଗଞ୍ଜେଇ । ପୋଲିସ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

ସୂଚନାନୁସାରେ, ପାଟ୍ରୋଲିଂ ବେଳେ ଜବତ କଲା ଲମତାପୁଟ ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ  ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି ।ଏକ ପଣସ ଟ୍ରକରେ ୧୫ଟି ବସ୍ତାରେ ରାଜସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ଗିରଫ ଯୁବକ ମାନେ ରାଜସ୍ଥାନ ଅଞ୍ଚଳର  ରାଜେନ୍ଦ୍ର  ଏବଂ  ବାବୁ ସିଂ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.