ଅନ୍ଧବିଶ୍ବାସ : କରୋନାରୁ ମୁକ୍ତି ପାଇଁ ଏକାଠି ଦିଆଗଲା ୪୦୦ ଛେଳିଙ୍କ ବଳି

Published By : Prameya-News7 Bureau | June 11, 2020 IST

କୋଡରମା ୧୧।୬:  କରୋନା ଭାଇରସ୍ ସହ ଭାରତ ସମେତ ବିଶ୍ବର ଅନେକ ଦେଶ ଲଢୁଛନ୍ତି । କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି । ଅନେକ ଦେଶ ଏହି ଭାଇରସ୍ ରୁ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ଅନ୍ବେଷଣରେ ରହିଥିବା ବେଳେ ଭାରତରେ ଅନେକ ଲୋକ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି ।

{"id":284523,"width":579,"height":373,"sizeSlug":"large"}

ଝଡଖଣ୍ଡର କୋଡରମା ଜିଲ୍ଲାର ଚନ୍ଦଓ୍ବାରା ଅନ୍ତର୍ଗତ ଔରୟାରେ ଏକ ଦେବୀ ମନ୍ଦିରରେ ଏଭଳି ଅନ୍ଧବିଶ୍ବାସର ଚିତ୍ର ଦେଖିବାକୁ ମିଳିଛି । ଏହି ଗାଁରେ ବୁଧବାର ଦିନ କରୋନା ଭାଇରସ୍ ରୁ ମୁକ୍ତି ପାଇବା ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ଆସ୍ଥା ନାଁରେ ଦେବୀ ମା’ଙ୍କୁ ଖୁସି କରିବାକୁ ଏକାସଙ୍ଗେ ୪୦୦ ଛେଳି ବଳି ଦିଆଯାଇଛି ।

{"id":284524,"width":577,"height":412,"sizeSlug":"large"}

ଛେଳି ବ୍ୟତୀତ କୁକୁଡା ବଳି ମଧ୍ୟ ଦିଆଯାଇଛି । ଗାଁ ଲୋକଙ୍କ ବିଶ୍ବାସ କରୁଛନ୍ତି ଯେ, ଛେଳି ଓ କୁକୁଡା ବଳି ଦେବା ଦ୍ବାରା ଦେବୀ ମା’ ପ୍ରସନ୍ନ ହୋଇଥାନ୍ତି । ଦେବୀ ମା’ ପ୍ରସନ୍ନ ହେଲେ ଗାଁରୁ କରୋନା ଭାଇରସ୍ ପଳାଇଯିବ । ତେବେ କାହା କହିବା ଅନୁସାରେ ଏଭଳି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ଏହି ବଳି ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ ।

{"id":284525,"width":578,"height":401,"sizeSlug":"large"}

ସେହିଭଳି ଛେଳି ଓ କୁକୁଡା ବଳି ଦେବା ସମୟରେ ଲୋକମାନେ ସାମାଜିକ ଦୂରତାର ନିୟମ ଉଲଂଘନ କରିଛନ୍ତି । ଖବର ପାଇବା ପରେ ପ୍ରଶାସନିକ ଅଧିକାରୀ କହିଛନ୍ତି ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଛେଳି ଓ କୁକୁଡା ବଳି ଦେବାଦ୍ବାରା କରୋନା ଶେଷ ହେବ କି ନାହିଁ ତାହା ତ ଜଣାନାହିଁ କିନ୍ତୁ ଏଭଳି ନୀରିହ ପଶୁପକ୍ଷୀଙ୍କ ବଳି ଦେବାରୁ ଜଣାପଡୁଛି ଯେ, ଲୋକଙ୍କ ମାନବିକତା ଶେଷ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.