ଉର୍ଷ ଉତ୍ସବ ଉପରେ କରୋନା କଟକଣା, ଖାନକା ପରିସର ଖାଁ ଖାଁ, ଭାଙ୍ଗିଲା ୪୦ ବର୍ଷର ପରମ୍ପରା

Published By : Prameya-News7 Bureau | December 22, 2020 IST

ଭଦ୍ରକ ୨୨।୧୨: ଭଦକ୍ର ପାଳନ ହେଉଛି ପିରବାବା ମୁଜାହିଦେ ଏ ମିଲତଙ୍କ ୪୧ ତମ ପବିତ୍ର ଉର୍ସ ପର୍ବ । ଦୁଇଦିନ ଧରି ପାଳନ ହେଉଥିବା ଏହି ଉର୍ଷ ପର୍ବ ଏଥର ଫିକା ପଡିଛି। ଖାନକା ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁନି କି ଦୋକାନ ବଜାର ପଡି ନାହିଁ । ତେବେ କାରୋନା ପାଇଁ ଦୀର୍ଘ ୪୦ ବର୍ଷ ହେବ ପାଳିତ ହେଉଥିବା ଏହି ଉର୍ଷ ପର୍ବର ଏଥର ପରମ୍ପରା ଭାଙ୍ଗିଛି ।

ଭଦ୍ରକ ଜିଲ୍ଲାର ଧାମନଗର ସ୍ଥିତ ଖାନକା ସରିଫ ଠାରେ ପିରବାବା ହଜୁର ମୁଜାହିଦ ଏ ମିଲତ ଅଲହାଜ ସାହା ହଜରତ ହବିବୁର ରାହେମାନଙ୍କ ପବିତ୍ର ଉର୍ଷ ପର୍ବ । ଦୁଇ ଦିନ ଧରି ପାଳିତ ହୁଏ ଏହି ଉର୍ଷ ପର୍ବ । ଏଥର ଉର୍ଷ ପର୍ବ ୪୧ ବର୍ଷରେ ପଦାର୍ପଣ କରୁଛି । କିନ୍ତୁ କୋଭିଡ଼ କଟକଣା ପାଇଁ ପୂର୍ବ ଭଳି ପାଳିତ ହେଉନାହିଁ । କାରୋନା ପାଇଁ ୪୦ ବର୍ଷର ପରମ୍ପରା ଭଙ୍ଗ ହୋଇଛି। ଉର୍ଷ ପାଇଁ ପ୍ରଶାସନିକ କଟକଣା ଜାରି ରହିଛି ।

{"id":381408,"sizeSlug":"large","linkDestination":"none"}

ଖାନକା ପରିସରରେ ମାତ୍ର ୭ ଜଣଙ୍କ ଉପସ୍ଥିତ ପାଇଁ ଅନୁମତି ରହିଛି। ଖାନକା ମଧ୍ୟକୁ ଥିବା ସମସ୍ତ ଫାଟକକୁ ବନ୍ଦ କରାଯାଇଛି ଓ ସୁରକ୍ଷା କର୍ମୀ ମୃତୟନ ରହିଛନ୍ତି । ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ରଖାଯାଇଛି । ଉର୍ଷ କମିଟିର କର୍ମକର୍ତ୍ତାଙ୍କ କହିବା କଥା ଏଥର କାରୋନା ପାଇଁ ସବୁ ଆୟୋଜନ ବନ୍ଦ ରହିଛି । ଖାନକା ଓ ମଜାର ପରିସରକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ଅଛି। ପ୍ରଶାସନର ନିୟମକୁ ସମ୍ମାନ ଦେଉଛୁ । ସମସ୍ତ କଟକଣାକୁ ମଧ୍ୟ ପାଳନ କରୁଛୁ । ନିୟମ ଅନୁଯାୟୀ ମାତ୍ର ୭ ଜଣ ନମାଜ ପଢିବେ। ମୁଜାହିଦ ଏ ମିଲତଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେମିତି କାରୋନା ଦୂର ହେଉ ।

{"id":381409,"sizeSlug":"large","linkDestination":"none"}

ସୁରକ୍ଷା ଦୃଷ୍ଟିରୁ ଧାମନଗର ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ଜଣେ ଏସ୍ଡ଼ିପିଓ, ୪ଜଣ ଆଇଆଇସି  ମଧ୍ୟ ମୃତୟନ ହୋଇଛନ୍ତି । ସାମୂହିକ ନମାଜ ପାଠକୁ ବନ୍ଦ କରାଯାଇଛି । ପୂର୍ବରୁ ହେଉଥିବା ଚଦର ଶୋଭାଯାତ୍ରା ଓ ଲଙ୍ଗରକୁ ମଧ୍ୟ ବନ୍ଦ ରଖିଛି ଉର୍ଷ କମିଟି । ତେବେ ଏଥର ମିନା ବଜାର ସାଙ୍ଗକୁ ରାଜ୍ୟ ବାହାରୁ ଆସୁଥିବା ଅନ୍ୟ ସମସ୍ତ ବ୍ୟବସାୟୀ ମଧ୍ୟ ଆସିନାହାନ୍ତି । କାରୋନା ପାଇଁ ଦେଶ ବାହାରୁ ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନ ଆସିବା ପାଇଁ କମିଟି ଅନୁରୋଧ କରିଥିଲା । ଯେଉଁ ଶ୍ରଦ୍ଧାଳୁ ମାନେ ଆସୁଛନ୍ତି ସେମାନେ ଫାଟକ ନିକଟରୁ ହିଁ ଫେରୁଛନ୍ତି । ତେଣେ ସ୍ଥାନୀୟ ଲୋକଙ୍କ ମନରେ ମଧ୍ୟ ଉତ୍ସାହ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.