Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୪୦ ବର୍ଷ ବୟସ୍କ ବ୍ୟକ୍ତି ବିଷ ଖାଇ କଲେ ଆତ୍ମହତ୍ୟା, ଶବ ନେବା ପାଇଁ ଥାନାରେ ପହଞ୍ଚିଲେ ୭ ଜଣ ପତ୍ନୀ, ପୂର୍ବରୁ ପରସ୍ପର କେହି କାହା ସମ୍ପର୍କରେ ଜାଣିନଥିଲେ, ଅଡୁଆରେ ପୋଲିସ

11/10/2019 at 5:40 PM

ହରିଦ୍ବାର୧୧|୧୦: ହରିଦ୍ବାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ ହରଡ଼ଘଣାରେ ପଡ଼ି ଯାଇଛି। ୪୦ ବର୍ଷ ବୟସ୍କ  ପଓ୍ବନଙ୍କ ମୃତ୍ୟୁ ପରେ ଜଣେ ନୁହେଁ କି ଦୁଇଜଣ ନୁହଁ ଏକା ସାଙ୍ଗରେ ୭ ଜଣ ମହିଳା ଥାନାରେ ପହଞ୍ଚି ମୃତକଙ୍କ ପତ୍ନୀ ବୋଲି ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ମୃତ ବ୍ୟକ୍ତିଙ୍କ ଶବ ନେବା ପାଇଁ ପ୍ରଥମେ ପାଞ୍ଚ ଜଣ ମହିଳା ଥାନାରେ ପହଞ୍ଚି ଥିଲେ। ସେମାନେ ମୃତ ପଓ୍ବନ କୁମାରଙ୍କ ପତ୍ନୀ ବୋଲି ଥାନାରେ ଦାବି କରିଥିଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ମୃତକଙ୍କ ପତ୍ନୀ ବୋଲି ଦାବି କରୁଥିବା ୫ ଜଣ ମହିଳା ପରସ୍ପର କେହି କାହାକୁ ଚିହ୍ନି ନଥିଲେ। ଏହି ପାଞ୍ଚଜଣ ମହିଳା ପରସ୍ପର ମୁହଁକୁ ଖାଲି ଚାହୁଁ ଥିଲେ।

ଥାନା ପରିସରରେ ଏଭଳି ଘଟଣା ଦେଖିବା ପରେ ପୋଲିସ ଅଧିକାରୀମାନେ ଅଡ଼ୁଆରେ ପଡି ଯାଇଥିଲେ।  ୫ ଜଣ ମହିଳାଙ୍କୁ ବୁଝାଇ ପାଇଁ ଚେଷ୍ଟା କରି ଥିଲେ। ଠିକ୍ ଏହି ସମୟରେ ପୁଣି ୨ଜଣ ମହିଳା ଥାନାରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ପତ୍ନୀ ବୋଲି ଦାବି କରିଥିଲେ। ମୃତ ବ୍ୟକ୍ତିଙ୍କ ଶବ ନେବା ପାଇଁ ଥାନାରେ ୭ ଜଣ ମହିଳା ମୃତଙ୍କ ପତ୍ନୀ ବୋଲି ଦାବି କରିବା ଘଟଣା ଦେଖି ପୋଲିସର ଅକଲ ଗୁଡ଼ୁମ ହୋଇଯାଇଥିଲା। ଥାନାରେ ଦୀର୍ଘ ସମୟଧରି ଏଭଳି ଡ୍ରାମା ଦେଖିବାକୁ ମିଳିଥିଲା। ବହୁ କଷ୍ଟରେ ପୋଲିସ ସେମାନଙ୍କୁ ବୁଝାସୁଝା କରିଥିଲା।

ପୋଲିସର ସୂଚନା ଅନୁସାରେ ରବିଦାସ ବସ୍ତୀରେ ରହୁଥିବା ପଓ୍ବନ କୁମାର ପେଶାରେ ଜଣେ ଡ୍ରାଇଭର ଥିଲେ। କୌଣସି କାରଣରୁ ସେ ବିଷ ଖାଇ ଦେଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଓ୍ବନଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ୭ ଜଣ ମହିଳା ଥାନାରେ ପହଞ୍ଚି ମୃତ ପଓ୍ବନଙ୍କ ଶବ ନେବା ଲାଗି ତାଙ୍କ ସ୍ତ୍ରୀ ବୋଲି ଦାବି କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରକୃତ ଘଟଣା ଜଣା ପଡ଼ି ନାହିଁ ବୋଲି ପୋଲିସ କହିଛି।

   Related Posts