Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିର ଶ୍ରବଣ କୁମାର: ୨୦ ବର୍ଷ ତଳେ ବାପା ଦେଇଥିବା ସ୍କୁଟରରେ ବିଧବା ମାଙ୍କୁ ଭାରତ ବୁଲାଉଛି ପୁଅ

ରାଉରକେଲା (ଅଶୋକ ଦାସ) ୧୫|୫: କାର୍ଯ୍ୟବ୍ୟସ୍ତତା ହୋଇପାରେ କିମ୍ବା ହୋଇପାରେ ମାନସିକତାର ଅଭାବ । ଯାହାବି ହେଉ  ଆଜିର ସନ୍ତାନମାନେ ଭୁଲିଯାଉଛନ୍ତି ସେମାନଙ୍କ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କୁ । କରିବାରେ ଲାଗିଛନ୍ତି ଅବହେଳା । କିନ୍ତୁ କର୍ଣ୍ଣ।ଟକ ମହୀଶୂରର ୪୦ ବର୍ଷ ବୟସ୍କ ଡ଼ି. କ୍ରୀଷ୍ଣକୁମାର ମାଁଙ୍କ ପାଇଁ ପାଲଟି ଯାଇଛନ୍ତି ଶ୍ରବଣ କୁମାର । ବାପାଙ୍କ ଦେହାନ୍ତ ପରେ ୨୦ ବର୍ଷ ପୂର୍ବରୁ ବାପା ଦେଇଥିବା ସ୍କୁଟରରେ ମା ଚୁଢ଼।ରତ୍ନାଙ୍କୁ ଭ୍ରମଣ କରାଉଛନ୍ତି ସାରା ଭାରତ

୪୦ବର୍ଷ ବୟସ୍କ ଡ଼ି. କ୍ରୀଷ୍ଣା କୁମାର । ଘର କର୍ଣ୍ଣାଟକର ମହୀଶୂର  ପାଖରେ । ୭୦ ବର୍ଷ ବୟସ୍କା ବୃଦ୍ଧା ମା ଚୁଢ଼।ରତ୍ନା । ବାପାଙ୍କ ଦେହାନ୍ତ ପରେ ଦିନେ ମାଙ୍କୁ ପଚାରିଲେ ମା କର୍ଣ୍ଣ।ଟକରେ ଥିବା ପ୍ରସିଦ୍ଧ ମନ୍ଦିରଗୁଡିକ ଦର୍ଶନ କରିଛୁ? ମାଁ ଚୁଢ଼।ରତ୍ନାଙ୍କ ଉତର ଥିଲା ପାଖରେ ଥିବା ମନ୍ଦିର ବି ଦେଖି ନାହିଁ । ଅନ୍ୟ ମନ୍ଦିର କଥା କାହିଁକି ପଚାରୁଛୁ ।  ଏହା ପରେ ପୁଅ ଡ଼ି. କ୍ରୀଷ୍ଣା କୁମାର ପ୍ରତିଜ୍ଞା କଲେ ଯେ ତାଙ୍କ ମାଁଙ୍କୁ ଭ୍ରମଣ କରାଇବେ ସାରା ଭାରତ ।

ବେଙ୍ଗାଲୁର ଏକ ମଲ୍ଟିନେସନାଲ କଂପାନୀରେ ଉଚ୍ଚ ପଦବୀରେ ଚାକିରୀ କରୁଥିବା ଡ଼ି. କ୍ରୀଷ୍ଣା କୁମାର  ୨୦ବର୍ଷ ତଳେ ବାପା ଦେଇଥିବା ସ୍କୁଟରକୁ ଧରି ୨୦୧୮ମସିହା ଜାନୁଆରୀ ୧୬ତାରିଖରେ ବାହାରି ପଢ଼ଛନ୍ତି ମାତୃସେବା ସଂକଳ୍ପ ଯାତ୍ରାରେ ।  ଏହା ଭିତରେ କେରଳ, ପଣ୍ଡିଚେରୀ, ତାଲିମନାଡ଼ୁ ,କର୍ଣ୍ଣ।ଟକ, ତଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ବୁଲିସାରିବା ପରେ ଏବେ ଡ଼ଶାର ସୁନ୍ଦରଗଡ଼ ଅତିକ୍ରମ କରି ପହଂଚିଛନ୍ତି ରାଉରକେଲାରେ । ଏହା ଭିତରେ ଡ଼ି, କ୍ରୀଷ୍ଣାକୁମାର ଅନେକ ଦର୍ଶନ କରାଇସାରିଲେଣି  ମାଁ ଚୁଢ଼।ରତ୍ନାଙ୍କୁ । ବାପା ଦେଇଥିବା ସ୍କୁଟରେ ଭ୍ରମଣ କରିବା ସମୟରେ ତାଙ୍କର ଏମିତି ଅନୁଭବ ହେଉଛିଯେ ବାପା ମଧ୍ୟ ଭ୍ରମଣରେ ତାଙ୍କ ସାଙ୍ଗରେ ଅଛନ୍ତି।

ରାଉରକେଲା ପରେ ଝାଡ଼ଖଣ୍ଡ ହୋଇ ସିକିମ ଦାରର୍ଜିଲିଂ ହୋଇ ଫେରିବା ସମୟରେ ପୁରୀ ଯାଇ ମହାପଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ।

ମାଁ ଚୁଢ଼।ରତ୍ନାଙ୍କର ଗୋଟିଏ ବୋଲି ସନ୍ତାନ ଡ଼ି. କ୍ରୀଷ୍ଣା କୁମାର ବ୍ରହ୍ମଚାରୀ ମଧ୍ୟ । ମାଁ ଚୁଢ଼।ରତ୍ନା ଏପରି ସନ୍ତାନକୁ ଜନ୍ମ ଦେଇ ଗର୍ବିତ । ତାଙ୍କର ଗୋଟିଏ ବୋଲି ସନ୍ତାନ ବିବାହ ନକରି ତାଙ୍କୁ କରାଉଛି ଭାରତ ଭ୍ରମଣ , ଆଉ ଦର୍ଶନ କରାଉଛି ଅନେକ ଧାର୍ମିକ ପୀଠ ମନ୍ଦିର ଏବଂ ଛୋଟ ବଡ଼ ସହର । ଫେରିବା ସମୟରେ ପୁରୀ ଯାଇ ଦର୍ଶନ କରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ । ବର୍ତମାନ ସୁନ୍ଧା ପାଖାପାଖତ୍ ୧୫ହଜାର କିଲୋମିଟରର ଭ୍ରମଣ କରାଇସାରିଲେଣି କ୍ରୀଷ୍ଣା କୁମାର ଓ ମାଁ ଚୁଢ଼।ରତ୍ନା । 

ବେଙ୍ଗାଲୁରର ଏକ ମଲ୍ଟିନେସନାଲ କଂପାନୀରେ ଉଚ୍ଚ ପଦବୀରେ ଚାକିରୀ କରୁଥିବା ଡ଼ି.କ୍ରୀଷ୍ଣା କୁମାର ଚାକିରୀ ଛାଢ଼ି ତାଙ୍କର ୭୦ ବର୍ଷ ବୟସ୍କା ବୃଦ୍ଧା ମାଁଙ୍କୁ ପୁରୁଣା ସ୍ମୁଟରେ ଭାରତ ଭ୍ରମଣ କରାଇବା କଣ ସୂଚାଉଛି ସେ ହେଉଛନ୍ତି ଆଜିର ଶ୍ରବଣ କୁମାର ।

155 Views

   ସମ୍ବନ୍ଧିତ ଖବର