ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌, ଥାନାରେ ଏତଲା

Published By : Prameya-News7 Bureau | June 30, 2020 IST

ବୌଦ୍ଧ ୩୦।୦୬: କିଛିଦିନର ନିରବତା ପରେ ପୁଣି ବୌଦ୍ଧ ସହରକୁ ଫେରିଛନ୍ତି ଲୁଟେରା ଗ୍ୟାଙ୍ଗ । ସହରର ଗାନ୍ଧୀ ଛକ ନିକଟରୁ ବାଇକ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ୍ ଅଭିଯୋଗ । ଏନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଥାନା ବଘିଆପଡା ଅନ୍ତର୍ଗତ ଖୁଣ୍ଟିଆପଡା ଗାଁର ବଉଦି ବେହେରା ନାମକ ଜଣେ ଚାଷୀ ଜମାଖାତାକୁ ଆସିଥିବା ଡାଳୁଅ ଧାନ ବିକ୍ରି ଟଂକା ଉଠାଣ ପାଇଁ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଦର ଶାଖାକୁ ଆସିଥିଲେ l ନିଜ ଜମା ଖାତାରୁ ୪୦ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖି ଗାନ୍ଧୀ ଛକ ନିକଟ ଏକ ଦୋକାନ ସାମ୍ନାରେ ଗାଡି ରଖି କିଣୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କର ବାଇକ ଡିକିରୁ ୪୦ ହଜାର ଟଙ୍କା ଲୁଟି ନେଇଥିବା ଜାଣିବାକୁ ପାଇଥିଲେ l ଲୁଟ୍‌ ନେଇ ତୁରନ୍ତ ସେ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ବୌଦ୍ଧ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.