ଫାଇନାନ୍ସ ସଂସ୍ଥା କର୍ମଚାରୀଙ୍କଠାରୁ ୪୦ ହଜାର ଝାମ୍ପିନେଲେ ଲୁଟେରା, ଥାନାରେ ଏତଲା

Published By : Prameya-News7 Bureau | July 06, 2021 IST

ବାଲିପାଟଣା ୬।୭: ବାଲିଅନ୍ତା ଥାନା ପୁରୁଣା ଜଗନ୍ନାଥ ସଡକ ହୀରାପୁରଠାରେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ଲୁଟ୍ । ଦୁଇ ଜଣ ଲୁଟେରା ଏକ ବାଇକ୍ ରେ ଆସି ୪୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସତିନ୍ କ୍ରେଡିଟ୍ କେୟାର ନେଟୱର୍କ ସଂସ୍ଥାର କର୍ମଚାରୀ ଭୋଳା ଶଙ୍କର ବେହେରା ବାଲିପାଟଣା ଏବଂ ବାଲିଅନ୍ତାର କିଛି ଗ୍ରାମରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ । ବାଲିଅନ୍ତା ପୁରୁଣା ଜଗନ୍ନାଥ ସଡକ ହିରାପୁର ନିକଟରେ ଦୁଇ ଜଣ ଲୁଟେରା ବାଇକରେ ଆସି ଭୋଳାଙ୍କୁ ଅଟକାଇବା ପାଇଁ  ଚେଷ୍ଟା କରିଥିଲେ । ଏଥିରେ ଭୋଳା ତଳେ ପଡିଯିବା ସହ ଟଙ୍କା ବ୍ୟାଗ୍ କିଛି ଦୂରକୁ ଛିଟିକି ପଡିଥିଲା । ଲୁଟେରାମାନେ ସଙ୍ଗେ ସଙ୍ଗେ ଟଙ୍କା ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏ ନେଇ ଭୋଳା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.