ଲଦାଖ ଉତ୍ତେଜନା: ୫ ଦିନରେ ଭାରତ ଉପରେ ୪୦ ହଜାର ସାଇବର ଆଟାକ୍‌ କରିଛି ଚୀନ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ଚୀନ୍‌ରେ ବସିଥିବା ହ୍ୟାକ୍‌ର ଭାରତ ଉପରେ ସାଇବର ଆକ୍ରମଣ ଜୋରଦାର କରିଛନ୍ତି। ଏହି ହ୍ୟାକର ପାଞ୍ଚ ଦିନରେ ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ଏବଂ ଆଇଟି ସେକ୍ଟର ଉପରେ ୪୦ ହଜାରରୁ ଅଧିକ ଆକ୍ରମଣ କରିଛନ୍ତି। ମହାରାଷ୍ଟ୍ର ପୋଲିସ୍‌ର ସାଇବର ଶାଖାର ଆଇଜି ଯଶସ୍ଵୀ ଯାଦବ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହ ଜାରି ବିବାଦ ମଧ୍ୟରେ ହ୍ୟାକ୍‌ର ଭାରତ ଉପରେ ଏହି ସାଇବର ଆକ୍ରମଣ କରିଛନ୍ତି।

ଆଇଜି କହିଛନ୍ତି, ଗତ ଚାରି-ପାଞ୍ଚ ଦିନରେ ଭାରତର ଅନେକ କ୍ଷେତ୍ର ଉପରେ ମୋଟ୍ ୪୦,୩୦୦ ସାଇବର ହମଲା ହୋଇଛି। ଏହି ଆକ୍ରମଣର ଉଦ୍ଦେଶ୍ୟ ସେବାରେ ବାଧା ଦେବା, ଇଣ୍ଟରନେଟ୍‌ ପ୍ରୋଟୋକଲ ହାଇଜ୍ୟାକ୍ କରିବା ଏବଂ ଫିସିଙ୍ଗ କରିବା ଥିଲା। ସେ କହିଛନ୍ତି, ଭାରତୀୟ ଇଣ୍ଟରନେଟ୍ ଉପଭୋକ୍ତାଙ୍କୁକ ଏହି ହମଲା ପ୍ରତି ସଜାଗ ରହିବା ଉଚିତ୍।

ରାଜ୍ୟ ପୋଲିସ୍ ସାଇବର ଶାଖା(ମହାରାଷ୍ଟ୍ର)ର ଅଧିକାରୀ ବିବୃତ୍ତିରେ କୁହାଯାଇଛି ଯେ, ଇଣ୍ଟରନେଟ୍‌ର ଉପଯୋଗ କରୁଥିବା ଲୋକଙ୍କୁ ଏହି ଧରଣର ହମଲା ପ୍ରତି ସତର୍କ ରହିବା ଉଚିତ୍। ନିଜ ଆଇଟି ସିଷ୍ଟମର ସାଇବର ସୁରକ୍ଷା ଅଡିଟ୍ କରିବା ଉଚିତ୍। ସାଇବର ଶାଖାର ବିଶେଷ ପୋଲିସ ମହାନୀରିକ୍ଷକ ଯଶସ୍ଵୀ ଯାଦବ କହିଛନ୍ତି, ପୂର୍ବ ଲଦାଖରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ପରେ ଏହି ହମଲା ବଢି ଯାଇଛି।

ସେ କହିଛନ୍ତି, ମହାରାଷ୍ଟ୍ର ସାଇବର ଏହି ସବୁ ସାଇବର ହମଲା କେଉଁଠୁ ହେଉଛୁ ତାର ସୂଚନା ସଂଗ୍ରହ କରିଛି। ଏଥିରୁ ଜଣା ପଡିଛି ଯେ, ଚୀନର ଚେଙ୍ଗଦୁ ଅଞ୍ଚଳରୁ ଏହି ସାଇବର ହମଲା କରାଯାଉଛି। ଗତ ଚାରି-ପାଞ୍ଚ ଦିନରେ ଭାରତୀୟ ସାଇବର ସ୍ପେସ୍‌ର ସମ୍ବଳ ଉପରେ ସାଇବର ହମଲା କରିବା ପାଇଁ ଅତି କମରେ ୪୦,୩୦୦ ଥର ପ୍ରୟାସ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.