Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶିଶୁଙ୍କ ଉପରେ ପ୍ରକୋପ କରୁଛି କରୋନା, କର୍ଣ୍ଣାଟକରେ ୯ ବର୍ଷରୁ କମ୍ ୪୦ ହଜାର ପିଲା ସଂକ୍ରମିତ ଚିହ୍ନଟ

21/05/2021 at 9:03 PM

ବେଙ୍ଗାଲୁରୁ ୨୧।୫: କରୋନା ଭାଇରସ ମହମାରୀ ଦ୍ୱିତୀୟ ଲହର ଶିଶୁଙ୍କ ଉପରେ ପ୍ରକୋପ କରୁଥିବାର ରିପୋର୍ଟ ଆସିଛି। କର୍ଣ୍ଣାଟକରେ ଶୁନରୁ ୯ ବର୍ଷ ବୟସ୍କ ୪୦ ହଜାର ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଏବେ  ଦେଶରେ ଚିନ୍ତାର କାରଣ ପାଲଟିଛି।  କର୍ଣ୍ଣାଟକ କରୋନା ମାମଲା ଅନୁସାରେ ୦ରୁ ୯ ବର୍ଷ ବୟସର ୩୯ ହଜାର ୮୪୬ ଜଣ ପିଲା କୋଭିଡ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦ରୁ ୧୯ ବର୍ଷ ମଧ୍ୟରେ ୧ ଲକ୍ଷ ୫ ହଜାର ୪୪ ଜଣ ପିଲା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ମାର୍ଚ୍ଚ ୧୮ରୁ ମେ ୧୮ ମଧ୍ୟରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନାରୁ ଜଣାପଡିଛି।

ଗତବର୍ଷ ଦେଶରେ କରୋନା ଭାଇରସ ମହାମାରୀ ସଂକ୍ରମଣ ଆରମ୍ଭରୁ  ଗତ ମାର୍ଚ୍ଚ ସୁଦ୍ଧା କର୍ଣ୍ଣାଟକରେ ଯଥାକ୍ରମେ ୧୭ ହଜାର ୮୪୬ ଓ ୬୫ ହଜାର ୫୫୧ ଜଣ ପିଲା କରୋନା ସଂକ୍ରମିତ ଥିଲେ। ଏଥିରୁ ଗତ ଥର ତୁଳନାରେ ପିଲାମାନେ ଦୁଇଗୁଣା ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିରୁ ମୃତ୍ୟୁ ହାର ଆକଳନ କଲେ ଗତ ବର୍ଷ କରୋନା ଆରମ୍ଭରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୨୮ ଜଣ ପିଲାଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା। ସେହିପରି ୧୮ ମାର୍ଚ୍ଚରୁ ୧୮ ମେ ମଧ୍ୟରେ ଆଉ ୧୫ ଜଣ ପ୍ରାଣ ହରାଇଥିବା କୁହାଯାଇଛି।

ଲେଡି କର୍ଜନ ହସ୍ପିଟାଲର ଡା. ଶ୍ରୀନିବାସ କାଶୀଙ୍କ ଅନୁସାରେ ଏଥର କୌଣସି ପରିବାରରେ କେହି କୋଭିଡ ସଂକ୍ରମିତ ହେଲେ ୨ ଦିନରେ ସାରା ଘରେ କରୋନା ବ୍ୟାପି ଯାଉଛି। ଏଣୁ  ଘରେ ପିଲାମାନେ କୋଭିଡ ଆକ୍ରାନ୍ତଙ୍କ ପ୍ରାଥମିକ ସମ୍ପର୍କରେ ରହୁଥିବାରୁ ସେମାନଙ୍କଠାରେ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହୁଥିବା କହିଛନ୍ତି। ପିଲାମାନେ ଯେତେ ଶୀଘ୍ର ସଂକ୍ରମିତ ହୁଅନ୍ତି ସେତିକି ଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ କରାନ୍ତି। ଏଣୁ ପିଲାଙ୍କ ପ୍ରସଙ୍ଗରେ ଅଧିକ ସତର୍କ ହେବାକୁ ସେ କହିଛନ୍ତି।

   Related Posts