ମଧ୍ୟାହ୍ନ ଭୋଜନ ଡାଲମାରୁ ବାହାରିଲା ଚମ୍ପେଇ ନେଉଳ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ

Published By : Prameya-News7 Bureau | February 06, 2020 IST

ରାଜନଗର୬/୨: ଘଡ଼ିଆମାଳ ସିଦ୍ଧେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଚିନ୍ତାଜନକ ଘଟଣା ଘଟିଛି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପିଲାଙ୍କ ମଧ୍ୟାହ୍ନ ଭୋଜନ ଡାଲମାରୁ ଏକ ଚମ୍ପେଇ ନେଉଳ ବାହାରିଛି। ସେତେବେଳେକୁ ସ୍କୁଲର ୪୦ ପିଲା ଖାଇ ସାରିଥିଲେ। ମଧ୍ୟାହ୍ନ ଭୋଜନରୁ ଚମ୍ପେଇ ନେଉଳ ବାହାରିବା ପରେ ବାକି ପିଲାକୁ ସେହି ଖାଦ୍ୟ ଦିଆଯାଇ ନଥିଲା। ମଧ୍ୟାହ୍ନ ଭୋଜନ ଖାଇବା ପରେ ୪୦ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ।  ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ସବୁ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ସବୁ ସୁସ୍ଥ ଅଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ଏଠି ପ୍ରଶ୍ନ ଉଠିଛି କୋମଳବତୀ ପିଲାଙ୍କ ଖାଦ୍ୟ ପ୍ରତି ସ୍କୁଲ କର୍ତ୍ତୁପକ୍ଷ କିପରି ଯତ୍ନବାନ ହେଉ ନାହାନ୍ତି। ମାତ୍ର ସରକାର ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଖାଦ୍ୟ ପ୍ରସ୍ତୁତି ସମୟରେ ରୋଷେଇ କିମ୍ବା ସ୍କୁଲ ଶିକ୍ଷକ କିପରି ସଜାଗ ରହିଲେ ନାହି। ଅଭିଭାବକମାନଙ୍କ କହିବା ଅନୁସାରେ ଚମ୍ପେଇ ନେଉଳ ଗୋଟିଏ ବିଷାକ୍ତ ସରୀସୃପ। ତେଣୁ ଖାଦ୍ୟରେ କେମିତି ପଡ଼ିଲା ସେଥିପ୍ରତି କେମିତି ସ୍କୁଲ ଶିକ୍ଷକ ଜାଣି ପାରିଲେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.