Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

‘ଅପରେସନ୍ ଅର୍ଣ୍ଣବ’ ପାଇଁ ହୋଇଥିଲା ଖାସ୍ ପ୍ରସ୍ତୁତି, ମହାରାଷ୍ଟ୍ର ଗୃହ ବିଭାଗ ଗଠନ କରିଥିଲା ୪୦ ପୋଲିସକର୍ମୀଙ୍କୁ ନେଇ ଟିମ୍

6/11/2020 at 12:56 PM

ମୁମ୍ବାଇ ୬।୧୧: ଇଣ୍ଟେରିୟର ଡିଜାଇନର ଏବଂ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ବିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଗିରଫ ହୋଇସାରିଛନ୍ତି । ଏହି-ହାଇପ୍ରୋଫାଇଲ ଗିରଫଦାରୀ ପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏନସିପି ନେତା ଅନୀଲ ଦେଶମୁଖଙ୍କ ନେତ୍ବତ୍ବାଧିନ ମହାରାଷ୍ଟ୍ରର ଗୃହ ବିଭାଗ ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ କୋଙ୍କଣ ରେଞ୍ଜ ଆଇଜି ସଞ୍ଜୟ ମୋହିତେଙ୍କ ନେତୃତ୍ବରେ ୪୦ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଥିଲା ।

ଇଣ୍ଟେରିୟର ଡିଜାଇନର ଅନଭୟ ନାଇକ ଏବଂ ତାଙ୍କ ମା’ କୁମୁଦଙ୍କୁ କଥିତ ଭାବେ ଆତ୍ମହତ୍ୟା କରିବାକୁ ଉସକାଇବା ମାମଲାର ଦୁଇ ବର୍ଷ ପରେ ପୁନଃ ଯାଞ୍ଚ ପାଇଁ ରାୟଗଡ ପୋଲିସର ଅନୁମତି ପରେ ‘ଅପରେସନ ଅର୍ଣ୍ଣବ’ ଆରମ୍ଭ କରାଯାଇଥିଲା । ମୁମ୍ବାଇ ଓ ରାୟଗଡ ପୋଲିସର ମୋଟ୍ ୪୦ ପୋଲିସ କର୍ମଚାରୀଙ୍କୁ ନେଇ ଗଠନ ହୋଇଥିଲା ଟିମ୍ । ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଆଇଜି ସଞ୍ଜୟ ମୋହିତେ । ସେହିଭଳି ହାଇ-ପ୍ରୋଫାଇଲ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆକୁ କ୍ୟାବିନେଟ୍ ର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ, ଅର୍ଣ୍ଣବ ଅଧିକ ଶକ୍ତିଶାଳୀ ସାମ୍ବାଦିକ । ଏଥିପାଇଁ ମୋହିତେଙ୍କ ନେତୃତ୍ବାଧିନ ଟିମ୍ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଆମେ ବେଶ୍ ସାବଧାନତାର ସହ କାମ କରିଥିଲୁ । ଉସକାଇବାର ସମସ୍ତ ପ୍ରୟାସ ପରେ ଟିମ୍ ର ପ୍ରତ୍ୟେକ ସଦସ୍ୟ ଧର୍ଯ୍ୟର ସହକାରେ କାମ କରିଥିଲେ ।

ସେ କହିଛନ୍ତି ଯେ, ମାମଲାର ପ୍ରାଥମିକ ତଦନ୍ତରେ ଏହା ସ୍ପଷ୍ଟ ହୋଇଥିଲା ଯେ ଆତ୍ମହତ୍ୟା ପାଇଁ ଉସକାଇବାରେ ଅର୍ଣ୍ଣବ ଗୋସ୍ବାମୀ ସାମିଲ ଥିଲେ । ଏହା ଏକ ସିକ୍ରେଟ୍ ମିଶନ୍ ଥିଲା । ଆମ ଲୋକ ତାଙ୍କ ବିଲ୍ଡିଂ ଚାରିପାଖେ ଘୁରିବୁଲୁଥିଲେ । ଆମକୁ ଡର ଥିଲା ଯେ ଯଦି କଥା ଲିକ୍ ହୋଇଯାଇଥାନ୍ତା ତେବେ ଅର୍ଣ୍ଣବ ଗିରଫ ହେବାରୁ ବଞ୍ଚିବା ପାଇଁ ସହର ଛାଡିଦେଇଥାନ୍ତେ ।

ଏହି ଅପରେସନକୁ ସିକ୍ରେଟ୍ ସହକାରେ ପ୍ରସ୍ତୁତି କରାଯାଇଥିଲା । ସବୁ ଛୋଟ କଥାର ଧ୍ୟାନ ରଖାଯାଇଥିଲା । ଏହା ପୂର୍ବରୁ ହିଁ ପ୍ଲାନ୍ ଥିଲା ଯେ, କିଏ କବାଡ ବାଡେଇବ, ଅର୍ଣ୍ଣବ ଏବଂ ତାଙ୍କ ପରିବାର ସହ କିଏ କଥା ହେବ, ବିରୋଧ କରିବା ବେଳେ କିଭଳି ଆକ୍ସନ ନିଆଯିବ । ଅର୍ଣ୍ଣବ ଏହାକୁ ବିରୋଧ ମଧ୍ୟ କରିଥିଲେ । ବାଜେ ତାଙ୍କୁ ତଦନ୍ତରେ ସହଯୋଗ ନକରିବା ଆଇନ ସମ୍ବନ୍ଧରେ ଅବଗତ କରାଇଥିଲେ । ସବୁକିଛି ଅନୁରୂପ ଭାବେ ହୋଇଥିଲା ।

ଅଭିଯୋଗ ଅନୁଯାୟୀ, ରିପବ୍ଲିକ ଟିଭିରେ ଆର୍ଟିକେଫ୍ଟ ଫାର୍ମ କନକର୍ଡ ଡିଜାଇନ ପ୍ରାଇଭେଟ‌୍ ଲିମିଟେଡର ଏମଡି ଅନଭୟ ନାଇକଙ୍କର ୮୩ ଲକ୍ଷ ଟଙ୍କା ବକେୟା ଥିଲା । ନାଇକ ରିପବ୍ଲିକ୍ ଟିଭିର ଷ୍ଟୁଡିଓ ନିର୍ମାଣ କରିଥିଲେ । ଅନ୍ୟ ଦୁଇଟି କମ୍ପାନୀ iCastX / SkyMedia ଏବଂ SmartWorks  ମଧ୍ୟ ସେମାନଙ୍କର ଦେୟ ଦେବାରେ ବିଫଳ ହୋଇଥିଲେ । ପୋଲିସର ସୂଚନା ଅନୁସାରେ, ଏହି ୩ଟି କମ୍ପାନୀର ମୋଟ ୫.୪୦ କୋଟି ଟଙ୍କା ବକେୟା ଥିଲା ।  ରିପବ୍ଲିକ୍ ଟିଭିରୁ ଟଙ୍କା ନପାଇବା ପରେ ନାଇକ ଏବଂ ତାଙ୍କ ପରେ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ ।

   Related Posts