ଜାତୀୟ ନାଗରିକ ରେଜିଷ୍ଟରରେ ନାହିଁ ଆସାମର ୪୦ ଲକ୍ଷ ଲୋକଙ୍କ ନାଁ

Published By : Prameya-News7 Bureau | July 30, 2018 IST

ଜାତୀୟ ନାଗରିକ ରେଜିଷ୍ଟରରେ ଆସାମର ୪୦ ଲକ୍ଷ ଲୋକଙ୍କ ନାଁ ନାହିଁ । ସୁପ୍ରିମକୋର୍ଟଙ୍କ ସ୍ୱୀକୃତ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସରେ ମୋଟ ୩ କୋଟି ୨୯ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ନାମ ପାଉନାହାନ୍ତି ୪୦ ଲକ୍ଷ ଲୋକ । ଆଜି ହିଁ ଏହି ରେଜିଷ୍ଟର ପ୍ରକାଶ ପାଇଛି ।୧୯୫୧ ମସିହା ପରେ ପ୍ରଥମ ଥର ଲାଗି ଜାରି ହୋଇଥିବା ଏହି ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେ୍ସରେ ଏତା ସଂଖ୍ୟକ ଲୋକଙ୍କ ନାମ ନଥିବା କେବଳ ଆସାମ ନୁହେଁ ସାରା ଦେଶରେ ବି ଆଲୋଚନାର ବିଷୟ ହୋଇଛି ।ପଡୋଶୀ ବାଂଲାଦେଶରୁ ଆସାମକୁ ପଶିଆସିଥିବା ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟଲାଗି ଏହି NRC ଗୁରୁତ୍ୱପୂର୍ଣ୍ମ ହୋଇଥିବା ବେଳେ ଏତେ ସଂଖ୍ୟକ ଲୋକ ବାଦ ପଡିବା ଉଭୟ ପ୍ରଶାସନ ଓ ନାଗରିକଙ୍କ ଲାଗି ଚିନ୍ତାର କାରଣ ହୋଇଛି ।ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ସେଣ୍ଟରରେ ପରିଚୟପତ୍ର ଦସ୍ତାବିଜ୍ ଯାଞ୍ଚ ଲାଗି ଲୋକଙ୍କ ଲାଇନ ଲାଗିଯାଇଛି । ତେବେ ନାଗରିକ ତାଲିକାରେ ନଥିବା ଲୋକଙ୍କୁ ଏବେ ଦେଶାନ୍ତର କରାଯିବାନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏହାସହ ଅଭିଯୋଗକାରୀଙ୍କୁ ସେମାନଙ୍କ ଅଭିଯୋଗ ରଖିବାକୁ ଅଗଷ୍ଟ୩୦ ଅର୍ଥାତ ଆଜିଠାରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛନ୍ତି । ଏହାପରେ ନାଗରିକ ତାଲିକାରେ ନଥିବା ଲୋକଙ୍କ ସଂପର୍କରେ ବୈଦ୍ଶିକ ମନ୍ତ୍ରଣାଳୟକୁ ଜଣାଇଦିଆଯିବ ଏବଂ ସେମାନଙ୍କୁ କେଉଁଠି ରଖାଯିବ ତାର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଗୃହ ମନ୍ତ୍ରଣାଳୟର ଉତ୍ତରପୂର୍ବ ଦାୟିତ୍ବାରେ ଥିବା ସତ୍ୟେନ୍ଦ୍ର ଗର୍ଗ । ସେପଟେ ଏତେ ସଂଖ୍ୟକ ଲୋକଙ୍କ ନାମ NRC ରେ ନରହିବା ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି ଏବେ ନିଜ ଦେଶରେ ଲୋକେ ଶରଣାର୍ଥୀ ପାଲଟିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.