ବ୍ରାଜିଲ୍‌ରେ ଭୁଶୁଡିଲା ଜଳଭଣ୍ଡାର : ୪୦ ମୃତ, ୩ଶହ ନିଖୋଜ

Published By : Prameya-News7 Bureau | January 27, 2019 IST

ବ୍ରୁମାଣ୍ଡିହ୍ନୋ ୨୭|୧: ଦକ୍ଷିଣପୂର୍ବ ବ୍ରାଜିଲ୍‌ରେ ଖଣି ନିକଟ ବାହାରୁ ଥିବା ଆବର୍ଜନା ଭରା ଏକ ଜଳଭଣ୍ଡାର ଭୁଶୁଡି ପଡିବାରୁ ୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପାଖାପାଖି ୩ଶହ ଲୋକ ନିଖୋଜ ଅଛନ୍ତି । ସେଥି ମଧ୍ୟରୁ କେତେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବ୍ରାଜିଲର ମିନାସ ଗେରେସ ରାଜ୍ୟରେ ବେଲୋ ହୋରିଜୋଣ୍ଟୋ ସହର ନିକଟରେ ଥିବା ଖଣିରେ ଏଭଳି ଘଟଣା ଘଟିଛି । ଜଳଭଣ୍ଡାର ଭୁଶୁଡିବା ଯୋଗୁଁ ନିକଟବର୍ତ୍ତୀ ଅଞ୍ଚଳରେ କାଦୁଅ ସ୍ରୋତ ମାଡି ଆସିଥିବାରୁ ଆଖପାଖ ଅଞ୍ଚଳ କାଦୁଅରେ ଭରି ଯାଇଛି । ଜମିବାଡିରେ ମଧ୍ୟ କାଦୁଅ ମାଡିଯାଇଛି ।

ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦମକଳବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ତଳେ କାଦୁଅରୁ ଉଦ୍ଧାରକାରୀମାନେ ଅଧିକ ଶବ ଠାବ ଓ ଉଦ୍ଧାର କରିବାର ଆଶଙ୍କା ରହିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ୩୦୦ ଲୋକ ନିଖୋଜ ଅଛନ୍ତି। ଏ ସମସ୍ତେ ଖଣିରେ କାର୍ଯ୍ୟରତ କର୍ମଚାରୀ । ଏପର୍ଯ୍ୟନ୍ତ ୪୦ଜଣଙ୍କର ମୃତ୍ୟୁ ଖବର ଆସିଛି । ୧୭୬ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ସେଥି ମଧ୍ୟରୁ ୨୩ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲସୋନାରୋ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.