Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ବିଷାକ୍ତ ଭୋଗ ଖାଇ ୪୦ରୁ ଉର୍ଦ୍ଧ୍ବ ଅସୁସ୍ଥ

3/09/2019 at 12:48 PM

କେନ୍ଦୁଝର  ୩/୯: କେନ୍ଦୁଝରରେ ଗତକାଲି ବିଷାକ୍ତ ଭୋଗ ଖାଇ ୪୦ରୁ ଉର୍ଦ୍ଧ୍ବ ଅସୁସ୍ଥ  ହୋଇଛନ୍ତି। ସେମାନଙ୍କୁ ପଦ୍ମପୁର ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ଭର୍ତି କରାଯାଇଛି।

ଗତକାଲି ପଦ୍ମପୁର ଶିବ ମନ୍ଦିର ପରିସରରେ ଗଣେଷ ପୂଜା ହେଉଥିଲା ଓ ସେଠାରେ ପୂର୍ବ।ହ୍ନରେ ପୂଜା ସରିବା ପରେ ପୂଜା କମିଟିର ପ୍ରାୟ ୭୦ ଜଣ ସଦସ୍ୟ ପଞ୍ଚାମୃତ ଖାଇଥିଲେ । ହେଲେ ଆଜି ଭୋର ସମୟରେ ପ୍ରଥମେ ୪ଜଣ ଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇ ସାମାନ୍ୟ ଜ୍ବର ହୋଇଥିଲା ଓ ପ୍ରଥମେ ସେମାନେ ଆସି ପଦ୍ମପୁର ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ଭର୍ତି ହୋଇଥିଲେ ।

ଏହା ପରେ ପରେ ଦିନ ୧୧ଟା ସୁଦ୍ଧା ଅସୁସ୍ଥ ହୋଇ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆସି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କର ଅବସ୍ଥା ବର୍ତମାନ ସ୍ଥିର ରହିଛି । 

   Related Posts