୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

Published By : Prameya-News7 Bureau | March 06, 2020 IST

ବାଲେଶ୍ୱର  ୦୬|୦୩:  କିଛି ଦିନର ବ୍ୟବଧାନ ପରେ ଭୁବନେଶ୍ୱର ସ୍ପେଶାଲ ଟାସ୍କ୍ ଫୋର୍ସ୍ ବାଲେଶ୍ୱର ଅରଡ ବଜାରରେ ଚଢାଉ କରି ୫୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଡିଏସପି ମନୋଜ କୁମାରଙ୍କ ସୂଚନା ମୁତାବକ, ଅରଡ ବଜାରରେ ଏସଟିଏଫର 4ଜଣିଆ ଟିମ୍ ଚଢଉ କରିଥିଲା। ଚଢଉ ବେଳେ ବ୍ରାଉନ ସୁଗାରସହ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟବସାୟୀ ହେଲେ ଏସକେ ସହିଦ। ଅନ୍ୟଜଣଙ୍କର ପରିଚୟ ମିଳିପାରି ନାହିଁ। ଏହି ଦୁଇ ବ୍ୟବସାୟୀ ଦୀର୍ଘ ଦିନ ହେବ ଭୁବନେଶ୍ୱରରେ ଧଳାଜହର ବେପାର କରିଆସୁଥିଲେ।

ସୂଚନାଯୋଗ୍ୟ, ବ୍ରାଉନ ସୁଗାର ବେପାରର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଜାକୁ ଗିରଫ କରାଯିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିଥିଲା। ଏବେବି ଏସଟିଏଫ ସ୍କାନରରେ ୨୦ରୁ ଅଧିକ ବେପାରୀ ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.