ବିରୋଧ ପ୍ରଦର୍ଶନ ବେଳେ ହିଂସାକାଣ୍ଡ : ୪୦ ମୃତ, ଶତାଧିକ ଆହତ

Published By : Prameya-News7 Bureau | October 26, 2019 IST

ବାଗଦାଦ ୨୬।୧୦: ଇରାକରେ ଭୟଙ୍କର ହିଂସାକାଣ୍ଡ । ସୁରକ୍ଷାବାହିନୀ ସହ ସାଧାରଣ ଲୋକଙ୍କ ସଂଘର୍ଷ ହୋଇଛି । ଏଥିରେ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି । ଆହତ ଓ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":175011}

ସରକାରଙ୍କ ବିରୋଧରେ ପ୍ରଦର୍ଶନ ହିଂସାର ରୂପ ନେଇଛି । ଦେଶର ରାଜନୈତିକ ପରିସ୍ଥିତି, ଦୁର୍ନୀତି, ବେରୋଜଗାର ଓ ଦୁର୍ବଳ ସେବା ବିରୋଧରେ ହଜାର ହଜାର ଲୋକ ରାଜଧାନୀ ବାଗଦାଦ ସମେତ ଅନ୍ୟ ସହରରେ ବିରୋଧ ପ୍ରଦର୍ଶନ କରିଥିଲେ । ହଜାର ହଜାର ଲୋକ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପୋଲିସ ପକ୍ଷରୁ ରବର ବୁଲେଟ୍ ଚଳାଇ ଥିଲା । ସେହିପରି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ବାଗଦାଦରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.