Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭୁଶୁଡ଼ିବା ସ୍ଥିତିରେ ୪୦ କୋଟି ଟଙ୍କାର ଫ୍ଲାଏଓଭର, ମୂଷାକୁ ଦାୟୀ କଲେ ସରକାର, ପୂର୍ବତନ ଆଇଏଏସ୍‌ କହିଲେ- ଏହା ସରକାରୀ ନା ସଂଗଠନ ମୂଷା ?

24/10/2021 at 4:29 PM

କାନୁପୁର ୨୪/୧୦: କାନୁପୁରର ଖପରା ମୋହାଲ ଫ୍ଲାଏଓଭର ନଷ୍ଟ ହେବାକୁ ନେଇ ସେତୁ ନିଗମ ମୂଷା ଏବଂ ଲକ୍‌ଡାଉନ୍‌କୁ ଦାୟୀ କରିଛି। ଏହି ଫ୍ଲାଏଓଭର ୪୦ କୋଟି ଟଙ୍କାରେ ନିର୍ମାଣ ହୋଇଛି । ବର୍ଷା ଦିନରେ ଏହି ବ୍ରିଜ୍‌ ୩ ଥର ଧସିଥିବା ବେଳେ କେତେବେଳେ ଭୁଶୁଡ଼ି ପଡ଼ିବ କହିହେବ ନାହିଁ। ବ୍ରିଜ୍‌ ଭିତରେ ମୂଷା ରହୁଥିବା ମଧ୍ୟ ଜଣାପଡ଼ିଛି। ଏହାକୁ ନେଇ ପୂର୍ବତନ ଆଇଏଏସ୍‌ ସୂର୍ଯ୍ୟପ୍ରତାପ ସିଂହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ସବୁ ମୂଷା ସରକାରଙ୍କର ନା ସଙ୍ଗଠନର ବୋଲି ସେ  ପଚାରିଛନ୍ତି।

ବ୍ରିଜ୍‌ ବାରମ୍ବର ଧସିବା ପରେ ଯାଞ୍ଚ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। କିନ୍ତୁ ବ୍ରିଜ୍‌​‌ରେ ମୂଷା ଘର କରିଥିବା ଜାଣିବାକୁ ପାଇଛନ୍ତି। ପାଖରେ ଥିବା ରେଳ ଗୋଦାମରୁ ଏହିସବୁ ମୂଷା ଆସି ବ୍ରିଜ୍‌ରେ ରହୁଥିବା ଜଣାପଡ଼ିଛି । ଅଗଷ୍ଟରେ ହୋଇଥିବା ଲଗାଣ ବର୍ଷାରେ ବ୍ରିଜ୍‌ଟି ଧସିବା ଆରମ୍ଭ କରିଛି। ସବୁଠୁ ବଡ଼ କଥା ହେଉଛି ଫ୍ଲାଏଓଭର ନିର୍ମାଣରେ ବାଲି ସ୍ଥାନରେ ଖାଦ ମିଶାଯାଇଛି ।

ଏବେ ବ୍ରିଜ୍‌ର ରକ୍ଷଣା ବେକ୍ଷଣକୁ ନେଇ ସେତୁ ନିଗମ ଏବଂ କ୍ୟାଣ୍ଟ ବୋର୍ଡ ମଧ୍ୟରେ ଟକ୍କର ବରମ୍ଭ ହୋଇଛି । ସେତୁ ନିଗମ କହୁଛି ବ୍ରିଜ୍‌ର ମେଣ୍ଟେନାନ୍ସ କ୍ୟାଣ୍ଟ ବୋର୍ଡ କରିବା କଥା। ସେପଟେ ଫ୍ଲାଏଓଭର ନିର୍ମାଣ ଦାୟିତ୍ବ ସେତୁ ନିଗମ ନେଇଥିଲା ତେଣୁ ମେଣ୍ଟେନାନ୍ସ ବି ନିଗମ କରିବା ଜରୁରୀ। ବ୍ରିଜ୍‌ ଏମିତି ଖରାପ ହୋଇପଡ଼ିଛି ଯେ, ସାମାନ୍ୟ ବର୍ଷାରେ ବ୍ରିଜ୍‌ରୁ ପାଣି ଗଳୁଛି। ସ୍ଲାବ୍‌ ସବୁ ଖରାପ ହୋଇସାରିଛି । ଫ୍ଲାଏଓଭର ଉପରେ ଯାତାୟତ ବନ୍ଦ ହୋଇଛି ।  

   Related Posts