୪୦ ଦେଶରୁ ହଟିଲା କରୋନା ଲକଡାଉନ୍, ସୀମା ଖୋଲିବାକୁ ପ୍ରସ୍ତୁତି କରୁଛନ୍ତି ୬ ଦେଶ
20/05/2020 at 8:18 PM

ନୂଆଦିଲ୍ଲୀ : ସାରା ବିଶ୍ୱ ଏବେ ମାରାତ୍ମକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ବିଭିନ୍ନ ଦେଶ ଏବେ ଲକଡାଉନ୍ କରୁଥିବା ବେଳେ ୪୦ଟି ଦେଶ ଲକଡାଉନ୍ରୁ ବାହାରକୁ ଆସିଛନ୍ତି। ଏଥିରେ ୟୁରୋପର ସର୍ବାଧିକ ୨୬ଟି ଦେଶ ନିଜକୁ ଲକଡାଉନ୍ ମୁକ୍ତ ଘୋଷଣା କରିଥିବା ବେଳେ ଏହି ସବୁ ଦେଶରେ ଏବେ ଉଦ୍ୟୋଗ, ବାଣିଜ୍ୟ, ହୋଟେଲ ଓ ପର୍ଯ୍ୟଟନ ଆଦି ପୂର୍ବ ଭଳି ଆରମ୍ଭ କରିବେ ବୋଲି ଜଣାପଡିଛି।
କରୋନା ଲକଡାଉନ୍ ଦେଶର ଅର୍ଥବ୍ୟବସ୍ଥାକୁ ମାଟିରେ ମିଶାଇ ଦେଉଛି। ଏଣୁ ଅର୍ଥବ୍ୟବସ୍ଥାକୁ ପୁଣି ରାସ୍ତାକୁ ଆଣିବା ଲାଗି ଦେଶମାନେ ଲକଡାଉନ୍ ହଟାଉଛନ୍ତି। ଏଥିରେ ବେଲଜିୟମ, ଜର୍ମାନ, ସ୍ୱିଜରଲ୍ୟାଣ୍ଡ, ଗ୍ରୀସ୍,ଇଟାଲୀ, ନେଦରଲ୍ୟାଣ୍ଡ ଓ ପୋଲାଣ୍ଡ ସେମାନଙ୍କ ସୀମା ପୁଣି ଅନ୍ତର୍ଜାତୀୟ କାରବାର ଲାଗି ଖୋଲିବାକୁ ବିଚାର କରୁଥିବା ଜଣାପଡିଛି।
ସାରା ବିଶ୍ୱରେ ଆମେରିକାରେ ସଂକ୍ରମଣର ହାର ସର୍ବାଧିକ। ଦେଶରେ ୧,୫୨୮,୫୬୮ ଜଣ ସଂକ୍ରମିତ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୯୧ହଜାର ୯୨୧ ରହିଛି। ତେବେ ଆର୍ଥିକ ଗତିବିଧିକୁ ଦୃଷ୍ଟିରେ ରଖି ସରକାର ୫୦ଟି ରାଜ୍ୟରୁ ୩୦ଟିରୁ ଲକଡାଉନ୍ କାଢି ଦେଇଛନ୍ତି। ଆମେରିକା ପଛକୁ ରହିଛି ଋଷିଆ। ଏଠାରେ ୨,୯୯,୯୪୧। ତୃତୀୟ ସ୍ଥାନରେ ରହିଛି ବ୍ରିଟେନ। କରୋନା ବ୍ୟାପିବା ଯୋଗୁ ବିଶ୍ୱର ୮୦ ଟି ଦେଶ ଲକଡାଉନ୍କୁ ଯାଇଥିବା ବେଳେ ଏବେ ୪୦ଟି ବାହାରି ଆସିଛନ୍ତି।