ବଣାଇ ଜେଲ୍‌ରୁ ୪୦ଜଣ କରୋନା ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | October 22, 2020 IST

ରାଉରକେଲା ୨୨।୧୦: ସୁନ୍ଦରଗଡ ଜିଲ୍ଲା ବଣାଇ ଜେଲ୍‌ରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୯ଜଣ ଜେଲ୍ ଅନ୍ତେବାସୀଙ୍କ ସହ ଜଣେ ଜେଲ୍ କର୍ମଚାରୀ ଅଛନ୍ତି । ଜେଲ୍‌ରେ ୨୬୩ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ପ୍ରାୟ ୧୧୮ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଏହାସହ କିଛି କର୍ମଚାରୀଙ୍କର ମଧ୍ୟ ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା । 

ସମସ୍ତ ପଜିଟିଭଙ୍କୁ ଜେଲ୍ ପରିସରରେ ଥିବା ବିଭିନ୍ନ କୋଠରୀରେ ଆଇସୋଲେସନରେ ରଖାଯାଇଛି । ଜେଲ୍‌କୁ ସାନିଟାଇଜ୍ କରାଯାଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.