Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମାଡ଼ି ଆସୁଛି ଗୁଲାବ, ସମୁଦ୍ର ମଧ୍ୟରେ ଫସି ରହିଛି ୪୦ରୁ ୫୦ ଆନ୍ଧ୍ର ଟ୍ରଲର

26/09/2021 at 6:13 PM

ଖଲ୍ଲିକୋଟ, ୨୬/୦୯: ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର ମଧ୍ୟରେ ଫସି ରହିଛି ଆନ୍ଧ୍ରାପ୍ରଦେଶର ୪୦ରୁ ଉର୍ଦ୍ଧ୍ୱ ଟ୍ରଲର l ଉକ୍ତ ଟ୍ରଲରରେ ଫସି ରହିଥିବା  ଶତାଧିକ ମତ୍ସ୍ୟଜିବୀମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବଳୟରେ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ ଓ ବିଡ଼ିଓ ବିଶ୍ୱଜିତ ରାୟ l

ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ଆନ୍ଧ୍ରାରୁ ପ୍ରାୟ ୪୦ରୁ ୫୦ ଟ୍ରଲର ଯୋଗେ ମତ୍ସ୍ୟଜିବୀମାନେ ମାଛ ଧରିବା ନିମନ୍ତେ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାର ପ୍ରକୋପରେ ସମୁଦ୍ର ଅଶାନ୍ତ ଯୋଗୁଁ ଗୋପାଳପୁର ବନ୍ଦର ପରିସରରେ ଜାହାଜ ଲାଗୁଥିବା ସ୍ଥାନରେ ଲଙ୍ଗର ପକାଇ ରହିଛନ୍ତି l ଏହାର ସୂଚନା ପାଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ଛତ୍ରପୁର ତହସିଲଦାରଙ୍କୁ ସୂଚନା ଦେବା ପରେ ତହସିଲଦାର ନୀଳ ମାଧବ ଭୋଇ ଓ ବିଡ଼ିଓ ବିଶ୍ୱଜିତ ରାୟ ସମୁଦ୍ର ତଟବର୍ତ୍ତୀ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସମୁଦ୍ର ମଧ୍ୟରେ ଫସିଥିବା ମତ୍ସ୍ୟଜିବୀମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେଥି ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି l

   Related Posts