୨୦୨୦ରେ ଏହି ଚାରୋଟି ରାଶି ଜାତକଙ୍କ ଭାଗ୍ୟରେ ହେବ ଧନଲାଭ , ଜାଣନ୍ତୁ ଆପଣଙ୍କ ରାଶି
3/01/2020 at 6:32 PM

ଆରମ୍ଭ ହୋଇସାରିଛି ନୂତନ ବର୍ଷ ୨୦୨୦ । ବର୍ଷଟି କିପରି କଟିବ ସେ ନେଇ ଜାଣିବାକୁ ପ୍ରତ୍ୟେକଙ୍କ ମଧ୍ୟରେ ଉତ୍ସାହ ଦେଖାଦେବା ସ୍ୱଭାବିକ୍। ତେବେ ୨୦୨୦ ରାଶିଫଳ ଅନୁସାରେ ଏହି ଚାରୋଟି ରାଶି ଜାତକଙ୍କ ଲାଗି ଧନଲାଭର ଅପାର ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ୨୦୨୦ ବର୍ଷ ଅର୍ଥ ଓ ସମ୍ମାନ ନେଇ ଆସିବ।

ମେଷ- ଧନର ସ୍ଥିତି ଭଲ ରହିବ । ସମ୍ପତ୍ତି ଲାଭର ଯୋଗମଧ୍ୟ ରହୁଛି । ଆପଣ କରିଥିବା ଧାର କରଜରୁ ମୁକ୍ତି ମିଳିପାରେ। ବ୍ୟାପାର ଓ ଚାକିରୀ ବୃତ୍ତିରେ ମଧ୍ୟ ଭଲ ଯୋଗ ଆସିବାର ସମ୍ଭାବନା ରହିଛି । ନିୟମିତ ଭାବରେ ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ମୁଣ୍ଡ ଓ ବେକରେ ନାଲି ରଙ୍ଗ ଚନ୍ଦନ ତିଳକ ରୂପେ ମାରିବା ଦ୍ୱାରା ଶୁଭ ଫଳ ମିଳିଥାଏ।

ଧନୁ- କ୍ୟାରିୟରରେ ଉପାର୍ଜନର କ୍ଷମତା ବଢିବ । ନୂତନ ସମ୍ପତ୍ତି ଲାଭ କରିବାର ଯୋଗ ରହିଛି । ନିଜର କାର୍ଯ୍ୟ ପାଇଁ ସ୍ୱଳ୍ପ ଧାରକରଜ କରିବାକୁ ପଡିପାରେ । ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ । ତେବେ ଚଳିତ ବର୍ଷ ଆପଣଙ୍କ ପାଇଁ ଆର୍ଥିକ ରୂପରେ ଭଲ ରହିବ । ଚଳିତ ବର୍ଷ ସୂର୍ଯ୍ୟ ଦେବଙ୍କ ଉପାସନା କରନ୍ତୁ । ଏକ ତମ୍ବା ପାତ୍ର ନିଜ ପାଖରେ ସଦାସର୍ବଦା ରଖିବା ଆପଣଙ୍କ ପାଇଁ ଶୁଭ ହେବ ।

ବିଛା- ଧନ ଜନିତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆର୍ଥିକ ରୂପରେ ବର୍ଷ ୨୦୨୦ ଆପଣଙ୍କୁ ପାଇଁ ବହୁତ ମଜବୁତ କରିବ । ଅଟକି ଯାଇଥିବା କାମ ବା ବୁଡିଯାଇଥିବା ଟଙ୍କା ମିଳିବାର ସମ୍ଭାବନ ରହିଛି । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଏହି ବର୍ଷ ଆପଣ ଭଗବାନଙ୍କ ଉପାସନ କରନ୍ତୁ । ନିଜ ପାଖରେ ସଦାସର୍ବଦା ଏକ ସୁନା ବା ପୀତଳର ମୁଦି ଧାରଣ କରନ୍ତୁ । ଯାହା ଆପଣଙ୍କ ଶୁଭଖବର ଦେବ ।

ମକର- ଚାକିରୀ ଓ କାରବାର କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବ । କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାକୁ ପଡି ଯେପରି ଧନରେ କୌଣସି କ୍ଷତି ନହୁଏ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ନିବେଶରୁଆପଣଙ୍କୁ ଫାଇଦା ମିଳିବା ଭଳି ଯୋଗ ରହିଛି । ଚଳିତ ବର୍ଷ ଶନି ଦେବଙ୍କ ଉପାସନା କରନ୍ତୁ । ପ୍ରତି ଶନିବାର ଦୀପଦାନ କରନ୍ତୁ ।