ଶେଷ ହେଲା ଖରାପ ସମୟ, ଆଜିଠୁ ବଦଳିବ ଏହି ୪ଟି ରାଶିର ଲୋକଙ୍କ ଭାଗ୍ୟ

Published By : Prameya-News7 Bureau | October 24, 2019 IST

୧୨ଟି ଭାଗକୁ ନେଇ ରାଶିଚକ୍ର । ପ୍ରତ୍ୟେକ ରାଶି ସୂର୍ଯ୍ୟଙ୍କ କ୍ରାନ୍ତିବୃତ୍ତରେ ଆସୁଥିବା ଏକ ତାରାମଣ୍ଡଳ ସହ ସମ୍ବନ୍ଧ ରଖେ ଓ ସେମାନଙ୍କର ଗୋଟେ ଗୋଟେ ନାଁ ଥାଏ। ଯେମିତିକି ମିଥୁନ ରାଶି ଓ ମିଥୁନ ତାରାମଣ୍ଡଳ। ତେବେ ଆଜିଠୁ କିଛି ରାଶିଙ୍କର ଭାଗ୍ୟ ବଦଳିବ। ସେମାନେ ହେଲେ-

ବୃଷ ଓ କୁମ୍ଭ ରାଶି- ବୃଷ ଓ କୁମ୍ଭ ରାଶିର ଲୋକଙ୍କ ଭାଗ୍ୟରେ ଆଜିଠୁ ଅନେକ ପରିବର୍ତ୍ତନ ହେବ। ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆରମ୍ଭ ହେବ। ଉଭୟ ରାଶିର ଲୋକଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। କାର୍ଯ୍ୟସ୍ଥାନରେ ଅଧିକାରୀ ବର୍ଗର ଲୋକେ ଏହି ରାଶିର ଲୋକଙ୍କ ସାହାଯ୍ୟ କରିବେ।

ଜୀବନରେ ମନୋସ୍କାମନା ପୂରଣ ହେବ। ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ହେବ। ଶାନ୍ତି ଓ ଧର୍ଯ୍ୟ ସହ ସବୁ କାମ କରିବା ଉଚିତ୍‌। ଏମାନଙ୍କ ପ୍ରେମ ଜୀବନ ପ୍ରଥମରୁ ଅଧିକ ଭଲ ହେବ।

ତୁଳା ଓ ବିଚ୍ଛା ରାଶି- ଭୌତିକ ସୁଖ ସୁବିଧା ଲାଭ ହେବା ସହ ଆଗାମୀ ସମୟ ଭଲ ହେବ। ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ ହେବ। ବ୍ୟବସାୟରେ କିଛି ନୂଆ କରିବେ।ଆର୍ଥିକ ସୁଖ ମିଳିବ ତଥା ଅର୍ଥ ସ୍ଥିତି ମଜବୁତ ହେବ।  ପରିବହାରରେ ସୁଖମୟ ପରିବେଶ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.