ନାଗପୁର ୧୧/୬: ଏଠାରେ ୪ବର୍ଷର ଜଣେ ଶିଶୁ ସହ ଦୁଷ୍କର୍ମର ମାମଲା ସାମନାକୁ ଆସିଛି। ପଡ଼ୋଶୀ ଯୁବକ ସ୍କୁଲର ଟୟେଲେଟରେ ୪ବର୍ଷର ଝିଅ ସହ ଦୁଷ୍କର୍ମ କରିଛି। ଶିଶୁକୁ ଗୁରୁତର ଅବସ୍ଥାରେ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର କହିବାନୁସାରେ ଅଭିଯୁକ୍ତ ଦୁଷ୍କର୍ମ ପୂର୍ବରୁ ଶିଶୁକୁ ଅଶ୍ଳୀଳ ଭିଡିଓ ଦେଖାଇଛି।
ଶିଶୁ ସହ ଦୁଷ୍କର୍ମ କରିଥିବା ଯୁବକର ନାଁ ହେଉଛି ଭୂଷଶ ଦହାତ୍। ସେ ଶିଶୁଙ୍କ ପରଖ ପଡ଼ିଶାରେ ରହେ। ଶିଶୁଟି ମାଆଙ୍କ ସହ ରୁହେ। ମାଆ କାମରେ ବାହାରି ଯିବା ପରେ ତାକୁ ସେହି ଯୁବକର ଘରେ ଛାଡ଼ି ଯାଆନ୍ତି। ରବିବାର ଅଭିଯୁକ୍ତ ଏବଂ ଶିଶୁ ଏକୁଟିଆ ଥିଲେ। ଅଭିଯୁକ୍ତ ଜଣକ ଶିଶୁକୁ ଏକ ସ୍କୁଲକୁ ନେଇ ଯାଇଥିଲା ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲା।
ସନ୍ଧ୍ୟାରେ ମାଆ ଫେରିବାରୁ ଶିଶୁକୁ ଗୁରୁତର ଅବସ୍ଥାରେ ଥିବା ଦେଖିଥିଲେ। ତାଙ୍କ ମାଆ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅଭିଯୁକ୍ତ ଘଟଣା ପରେ ଫେରାର ହୋଇଯାଇଛି।
ପୋଲିସ୍ ଅଭିଯୁକ୍ତ ବିରୋଧରେ ପକ୍ସୋ ଆକ୍ଟ,ଆଇପିସିର ଧାରା ୩୭୬ଅନୁସାରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଧରବିା ପାଇଁ ପୋଲିସ୍ ୩ଟି ଟିମ୍ ଗଠନ କରିଛି।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...