Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୁରିଲା ୪ବର୍ଷ: ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍‌କୁ କରିଥିଲେ ଧ୍ୱଂସ

28/09/2020 at 2:17 PM

ନୂଆଦିଲ୍ଲୀ ୨୮/୦୯ : ସୋମବାର ଦିନ ସରକାର ସର୍ଜିକାଲ ଷ୍ଟ୍ରାଇକର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି । ୨୦୧୬ ସେପ୍ଟେମ୍ବର ମାସରେ ଜାମ୍ମୁ କାଶ୍ମୀର ଉରୀରେ ଏକ ସେନା ଶିବିରରେ ହୋଇଥିବା ଆତଙ୍କବାଦୀ ହମଲାର ପ୍ରତିକ୍ରିୟାରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ବାୟୁସେନା ଆଜିର ଦିନରେ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖରେ ହମଲା କରିଥିଲା । ରବିବାର ଦିନ ‘ମନ କି ବାତ’ କାର୍ଯ୍ୟକ୍ରମରେ ମୋଦି ଦେଶକୁ ହମଲା ସମ୍ପର୍କରେ ମନେପକାଇଥିଲେ ।

ସେ କହିଥିଲେ, ୪ ବର୍ଷ ପୂର୍ବରୁ ଦେଶର ସେନା ସର୍ଜିକାଲ ଷ୍ଟ୍ରାଇକ ସମୟରେ ନିଜର ବାହାଦୁରୀ ଓ ପରାକ୍ରମକୁ ସାରା ଦେଶ ଦେଖିଥିଲା । ଭାରତୀୟ ସେନାର ଲକ୍ଷ୍ୟ ବାସ ଗୋଟିଏ ହିଁ ଥିଲା, ଭାରତ ମାତାର ସମ୍ମାନ ରକ୍ଷା କରିବା । ନିଜ ଜୀବନକୁ ବାଜି ଲଗାଇ ସର୍ଜିକାଲ ଷ୍ଟ୍ରାଇକ କରି ସେନା ବିଜୟୀ ହୋଇ ଦେଶକୁ ଫେରିଥିଲା ।

୨୦୧୬ ସେପ୍ଟେମ୍ବର ୨୭-୨୮ ତାରିଖ ରାତିରେ ଭାରତୀୟ ସେନାର ବିଶେଷ ବଳ ନିୟନ୍ତ୍ରଣ ରେଖା ପାରି କରି ପାକିସ୍ତାନ ଅଧିନସ୍ଥ କାଶ୍ମୀର (ପିଓକେ)ରେ ଆତଙ୍କବାଦୀଙ୍କ ଲଞ୍ଚିଙ୍ଗ୍ ପ୍ୟାଡ଼୍ ଧ୍ବଂସ କରିଦେଇଥିଲେ । ସେପ୍ଟେମ୍ବର ୧୮ ତାରିଖ ରାତିରେ ଉରୀରେ ସେନା କ୍ୟାମ୍ପରେ ପାକିସ୍ତାନୀ ଆତଙ୍କବାଦୀ ହମଲା କରିଥିଲା । ଏହି ଆତଙ୍କବାଦୀ ହମଲାରେ ୧୮ ଯବାନ ଶହୀଦ ହୋଇଥିଲେ । ତାର ଜବାବରେ ଭାରତୀୟ ସେନା ପ୍ରତିଶୋଧ ନେଇଥିଲା । ସେତେବେଳେ ମୋଦି କହିଥିଲେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ।

ହମଲା ପାଇଁ ସେନା ୨୪ ତାରିଖରୁ ପ୍ରସ୍ତୁତି ଆରମ୍ଭ କରିଥିଲା । ସ୍ୱତନ୍ତ୍ର ଫୋର୍ସ ସ୍କ୍ୱାଡକୁ ନାଇଟ ଭିଜନ ଡିଭାଇସ, Tavor 21 ଓ AK-47 ରାଇଫଲ, ରକେଟ ପ୍ରୋପେଲ୍ଡ, ହ୍ୟାକଲର, ଉଚ୍ଚ ବିସ୍ଫୋରକ ଗ୍ରେନେଡ଼ ଦିଆଯାଇଥିଲା । ସମସ୍ତ ଟିମରେ ୩୦ ଭାରତୀୟ ଯବାନ ସାମିଲ ଥିଲେ ।

   Related Posts