GST ଲାଗୁକୁ ପୁରିଲା ୪ ବର୍ଷ : ଦେଶରେ ୧୭ଟି ଟ୍ୟାକ୍ସକୁ ହଟାଯାଇ ଲାଗୁ କରାଯାଇଥିଲା ‘ଦ୍ରବ୍ୟ ଏବଂ ସେବା କର’,କେତେ ମିଳିଛି ସଫଳତା ?

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୦୧/ ୦୭ : ଦେଶରେ GST ଲାଗୁ ହେବାକୁ ପୁରିଛି ୪ ବର୍ଷ । ୨୦୧୭ ମସିହା ଜୁଲାଇ ୧ ତାରିଖରେ ସମଗ୍ର ଦେଶରେ ଲାଗୁହୋଇଥିଲା ଦ୍ରବ୍ୟ ଏବଂ ସେବା କର ବା GST । ଦେଶରେ ଜାରି ରହିଥିବା ଏକାଧିକ କର ଆଦାୟ ପ୍ରକ୍ରିୟାକୁ ସମାପ୍ତ କରି ଆରମ୍ଭ ହୋଇଥିଲା ଗୋଟିଏ ଦେଶ ଗୋଟିଏ କର ବ୍ୟବସ୍ଥା । ୨୦୧୭ ଜୁନ ୩୦ ତାରିଖ ପୂର୍ବରୁ ଦେଶରେ ପ୍ରଚଳିତ ଟ୍ୟାକ୍ସ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରି ଜିଏସ୍‌ଟି ଲାଗୁ କରାଯାଇଥିଲା ।

ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ ଜିଏସଟି ରୋଲ୍ ଆଉଟ୍‌ର ମୁଖ୍ୟ କର୍ଣ୍ଣଧାର ଥିଲେ । ଗତ କିଛି ମାସ ଧରି ଦେଶର ରାଜସ୍ବ ବୃଦ୍ଧି କ୍ଷେତ୍ରରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଦ୍ରବ୍ୟ ଏବଂ ସେବା କର । ୨୦୧୭ ମସିହା ମାର୍ଚ୍ଚ ୨୯ ତାରିଖରେ ଲୋକସଭାରେ ଜିଏସ୍‌ଟି ବିଲ ପାସ କରାଯାଇଥିଲା ଏବଂ ସେହି ମାସ ଜୁଲାଇ ୧ ତାରିଖରେ ସମଗ୍ର ଦେଶରେ ଏହାକୁ ଲାଗୁ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଦେଶରେ ଜିଏସ୍‌ଟି ଲାଗୁହେବା ପରେ ଓଜନ କର, ଅବକାରୀ କର ଏବଂ ସେବା କର ଭଳି ପ୍ରାୟ ୧୭ ଟି କର ଲାଗୁହେବା ପ୍ରକ୍ରିୟା ଶେଷ ହୋଇଥିଲା ।

wp:embed {"url":"https://twitter.com/narendramodi/status/1410156412953513987","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1410156412953513987
/wp:embed

ଛୋଟ ଉଦ୍ୟେଗମାନଙ୍କୁ ଆଗକୁ ବଢିବା ପାଇଁ ବାର୍ଷିକ ୪୦ ଲକ୍ଷ ବା ତାଠାରୁ କମ ଟଙ୍କାର କାରବାର କରୁଥିବା ବ୍ୟବସାୟ କ୍ଷେତ୍ରକୁ ଜିଏସ୍‌ଟି ଦେବାରୁ ମୁକ୍ତ କରିଥିଲେ । ଏହାସହିତ ଯେଉଁମାନଙ୍କର ବାର୍ଷିକ କାରବାର ୧.୫ କୋଟି ଥିଲା ସେମାନଙ୍କୁ ମାତ୍ର ୧ ପ୍ରତିଶତ ଜିଏସ୍‌ଟି ଦେବାକୁ କୁହାଯାଇଥିଲା ।

ଦେଶରେ ଯେବେ ଜିଏସ୍‌ଟି ଲାଗୁକରାଯାଇଥିଲା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଫଣ୍ଡ୍ ଭାଗବଣ୍ଟାକୁ ନେଇ ସହମତି ଥିଲା କିନ୍ତୁ କରୋନା ମହାମାରୀ ସମୟରେ ଅଣବାଜେପି ଶାସିତ ରାଜ୍ୟମାନଙ୍କରେ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଥିଲା । ଜିଏସ୍‌ଟି ଲାଗୁହେବା ପରେ ପ୍ରତିମାସରେ ୧ ଲକ୍ଷ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର । ତେବେ ଗତ ୮ମାସ ହେଲା ଦେଶରେ ପ୍ରତିମାସରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ପାର କରିଛି । ଚଳିତ ବର୍ଷ ମେ ମାସରେ ଜିଏସ୍‌ଟି ଆଦାୟ ୧,୦୨,୭୦୨ କୋଟି ଟଙ୍କା ପାର କରିଛି । ଗତ କିଛି ମାସ ଧରି ୧ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜିଏସ୍‌ଟି ଆଦାୟ ହୋଇଛି । କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ଯେ, ସରକାର ଟ୍ୟାକ୍ସ ନେଟ୍‌ର ବିସ୍ତାର କରିପାରୁନାହାନ୍ତି । ସେଥିପାଇଁ ଟ୍ୟାକ୍ସ ଆଦାୟରେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳୁନି । ୨୦୧୯-୨୦ ମସିହାରେ ଜିଏସ୍‌ଟି ଆଦାୟ​‌ରେ କେନ୍ଦ୍ରର ଭାଗିଦାରି ମାତ୍ର ୩.୫ ପ୍ରତିଶତ ବୃଦ୍ଧି ପାଇଛି । ବର୍ଷ ୨୦୨୦-୨୧ରେ ଜିଏସ୍‌ଟି ଆଦାୟରେ ୭.୯ ପ୍ରତିଶତ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.