ଡମ୍ଫର ଧକ୍କାରେ ୪ବର୍ଷର ଶିଶୁ ମୃତ, ଉତ୍ତ୍ୟକ୍ତଲୋକଙ୍କ ମାଡରେ ଡ୍ରାଇଭର ଗୁରୁତର

Published By : Prameya-News7 Bureau | August 27, 2019 IST

ରାଇରଙ୍ଗପୁର ୨୭|୮: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ବାଦାମପାହାଡ଼ ମାଇନ୍ସ ଅଫିସ ନିକଟରେ ଡମ୍ଫର ଧକ୍କାରେ ୪ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ଶିଶୁ ହେଲେ ବାଦାମପାହାଡ଼ ସିପି ହାଟିଙ୍ଗର ଆରତୀ ବାଦ୍ରା । ଅଭିଭାବକ ବାଦାମପାହାଡ଼ ଶିଶୁ ମନ୍ଦିର ସ୍କୁଲରୁ ଶିଶୁଟିକୁ ନେଇ ବାଇକରେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଚାପି ଦେଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

{"id":149608}

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଲୋକେ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିରହିଥିଲେ । ଉତ୍ୟକ୍ତ ଲୋକେ ମାଇନ୍ସ ଅଫିସକୁ ମଧ୍ୟ ଭଙ୍ଗାରୁଜା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.