Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

୪ ବର୍ଷର ଶିଶୁକୁ ଆଜୀବନ କାରାଦଣ୍ଡ : ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

25/04/2019 at 3:45 PM

ଜଣେ ୪ ବର୍ଷର ଶିଶୁକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି ଅଦାଲତ । ଜଣେ ୪ବର୍ଷ ବୟଷ୍କ ଶିଶୁକୁ ଆଜୀବନ କାରଦଣ୍ଡ ଦିଆଯାଇଥିବା କହିଲେ ବିଶ୍ୱାସ ହେବ ନାହିଁ। କିନ୍ତୁ ଏହା ସତ। ଏମିତି ଏକ ଘଟଣା ବିଷୟରେ ଜାଣିଲେ ଆପଣ ଆଚମ୍ୱିତ ହୋଇଯିବେ। କାରଣ ଏହି ଘଟଣା ୪ ବର୍ଷ ବୟଷ୍କ ଶିଶୁ ସହ ଜଡିତ।

ଅହମଦ ମଂସୁରଙ୍କୁ ମାତ୍ର ୪ ବର୍ଷ ବୟସ । ଏହା ସତ୍ତ୍ବେ କୋର୍ଟ ଏହି ଘୋଷଣା କରିଛନ୍ତି,  ଯାହାକୁ ଅନେକ ବିରୋଧ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନ୍ୟାୟାଳୟ ଉପରେ ଲୋକଙ୍କ କ୍ରୋଧ ଶିଖରରେ ପହଞ୍ଚିଛି। ମିଶର ଦେଶର ଏହି ଘଟଣା ଯୋଗୁଁ ସେଠାରେ ହଇଚଇ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଏହି ୪ ବର୍ଷ ଶିଶୁ ବିରୋଧରେ ୮ ଜଣ ଲୋକଙ୍କୁ ହତ୍ୟା ଉଦ୍ୟମ ସହ ପୋଲିସଙ୍କୁ ଧମକାଇବାର ଅଭିଯୋଗ ହୋଇଥିଲା । ତେବେ ଲୋକଙ୍କ କହିବା ଅନୁସାରେ ପୋଲିସ ଏହି ମାମଲାର ଅନୁସଂଧାନ ଠିକ୍‌ ଭାବେ କରିନାହିଁ। ପୋଲିସର ଭୁଲ ଅନୁସନ୍ଧାନ ଯୋଗୁଁ ଅହମଦଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ ଯେ, ଘଟମାର ଠିକ ଅନୁସନ୍ଧାନ ହୋଇନଥିବା ତଦନ୍ତକାରୀ ପୋଲିସ ସ୍ବୀକାର କରିବା ସହ ଶିଶୁର ବାପାଙ୍କୁ କ୍ଷମା ମଧ୍ୟ ମାଗିଥିଲା ପୋଲିସ। ତଥାପି ସିଶୁଟିକୁ ଆଜୀବନ କାରାଦଣ୍ଡ ଦୁର୍ଭାଗ୍ୟର ବିଷୟ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।  

   Related Posts