ଖେଳୁ ଖେଳୁ ପୋଖରୀରେ ବୁଡିଗଲେ ୪ ବର୍ଷର ଶିଶୁପୁତ୍ର, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | July 01, 2021 IST

ପାଟଣା ୧।୭: ଖେଳ ହେଲା କାଳ । ଖେଳୁ ଖେଳୁ ପୋଖରୀରେ ବୁଡିଗଲେ ୪ ବର୍ଷର ଶିଶୁପୁତ୍ର । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପାଟଣା ବ୍ଲକ୍ ସଡଙ୍ଗବାହାଳି ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ବୁଧବାର ସଂନ୍ଧ୍ୟାରେ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ଶିଶୁପୁତ୍ର ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀ ଆଡକୁ ପଳାଇ ଯାଇଥିଲେ । ଫଳରେ ପୋଖରୀ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ମୃତକ ଶିଶୁ ତ୍ରିସାନ ଦୀପ ମୁଣ୍ଡା । ପରିବାର ଲୋକେ ଖୋଜାଖୋଜି କରିବା ପରେ ରାତିରେ ପୋଖରୀ ଭିତରେ ଶିଶୁ ପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କରି ପାଟଣା ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏକ ମାତ୍ର ପୁଅର ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.