ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଶିଶୁ ଉପରେ ମାଡ଼ିଗଲା ଟ୍ରକ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ବସିଲେ ଲୋକେ…

Published By : Prameya-News7 Bureau | January 01, 2020 IST

କେନ୍ଦୁଝର୧/୧: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଶିଶୁ ଉପରେ ମାଡିଗଲା ଟ୍ରକ। କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ୨୦ ନମ୍ବର ଜାତୀୟ ରାଜପଥ ନିକଟରେ ଛିଡ଼ା ହୋଇଥିବା ୪ ବର୍ଷ ଉପରେ ଟ୍ରକ ମାଡ଼ି ଯାଇଛି। ଘଟଣାସ୍ଥଳରେ ଚାରି ବର୍ଷ ଶିଶୁର ମୃତ୍ୟୁ ହୋଇଛି।

{"id":205512,"sizeSlug":"large"}

 କେନ୍ଦୁଝରର ବଡପସି ଗାଁର ଶଙ୍କର ନାୟକଙ୍କ ୪ ବର୍ଷର ପୁଅ ବୁଧବାର ଅପରାହ୍ନ ୫ଟା ବେଳେ ରାସ୍ତା କଡରେ ଛିଡ଼ା ହୋଇଥିଲା ହଠାତ୍‌ ପିଲାଟି ଉପରେ ଏକ ଟ୍ରକ ମାଡିଯାଇଥିଲା । ଫଳରେ ଶିଶୁଟିର ଘଟଣା ସ୍ଥଳରେ ହିଁ  ମୃତ୍ୟୁ ହୋଇଯାଇଥିଲା ।

{"id":205513,"sizeSlug":"large"}

 କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଗାଁ ଲୋକେ ୨୦ ନମ୍ବର ଜାତୀୟ ରାଜପଥରେ ମୃତ ଦେହ ରଖି ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.