୪ ବର୍ଷ ଶିଶୁକନ୍ୟାକୁ ହାତ ଗୋଡ ବାନ୍ଧି ଦୁଷ୍କର୍ମ : ନା ମାନେ ନା
3/07/2018 at 10:58 AM

୪ ବର୍ଷର ଶିଶୁ କନ୍ୟାକୁ ହାତ ଗୋଡ ବାନ୍ଧି ଦୁଷ୍କର୍ମ କରାଯାଇଛି | ନିନ୍ଦନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶ ସତାନା ଜିଲ୍ଲାରେ | ରବିବାର ରାତିରେ ଜଣେ ଯୁବକ ଶିଶୁଟି କୁ ଜଙ୍ଗଲ ମଧ୍ୟକୁ ଟେକି ନେଇଥିଲା | ଶିଶୁର ହାତ ଗୋଡ ବାନ୍ଧି କରିଥିଲା ପାଶବିକ ଆଚରଣ | ଦୁଷ୍କର୍ମ ପରେ ଶିଶୁକୁ ମୃତ ଭାବି ଜଙ୍ଗଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା କାମୁକ | ସକାଳୁ ଗୁରୁତର ଅବସ୍ଥାରେ ଶିଶୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି | ଶିଶୁଟି ର ଅବସ୍ଥା ସଙ୍କଟାପନ୍ନ ରହିଛି | ଘଟଣା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ |