୪ ବର୍ଷର ଶିଶୁକୁ କରାଯାଇଛି ଦୁଷ୍କର୍ମ : ନା ମାନେ ନା

Published By : Prameya-News7 Bureau | July 19, 2018 IST

ପୁଣି ଲଜ୍ଜା | ପୁଣି କାମୁକଙ୍କ ଟାର୍ଗେଟ ପାଲଟିଛି ଶିଶୁ | ୪ ବର୍ଷର ଶିଶୁକୁ କରାଯାଇଛି ଦୁଷ୍କର୍ମ | ଘଟଣା ଘଟିଛି ମଧ୍ୟ ପ୍ରଦେଶ ଦାମୋହ ଅଂଚଳରେ | ବୁଧବାର ସକାଳେ ଶିଶୁଟି କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା | ଶିଶୁଟି ମୁମୂର୍ଷୁ ଅବସ୍ଥାରେ ବର୍ଷାରେ ଓଦା ହୋଇ ପଡିଥିବା ବେଳେ ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ | ତେବେ ଡାକ୍ତର ଶିଶୁ ସହିତ ଦୁଷ୍କର୍ମ ହୋଇଥିବା ସୂଚନା ଦେଇଛନ୍ତି | ନାବାଳିକାର ଅବସ୍ଥା ଗୁରୁତର ରହିଛି | ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି | ତେବେ ଶିଶୁଟି କିଏ ଏବଂ କେଉଁଠି ତା ସହିତ ଦୁଷ୍କର୍ମ ହେଇଛି ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ | ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.