୪ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | June 26, 2020 IST

କେନ୍ଦୁଝର ୨୬।୬: କେନ୍ଦୁଝର ଟାଉନ ଥାନାର ରାଙ୍କୀ ଗ୍ରାମ ମୁଣ୍ଡା ସାହିରେ ଘଟିଛି ଅଭାବନୀୟ ଘଟଣା । ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ମୁଣ୍ଡା ସାହିର ସୋନୁ ମୁଣ୍ଡାଙ୍କ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ଘର ବାରଣ୍ଡାରୁ ଉଦ୍ଧାର ହୋଇଛି । ସୋନୁ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଗୁରୁବାରୀଙ୍କର ଝଗଡା ହୋଇଥିବାରୁ ସେ କିଛି ଦିନ ହେବ ୩ ଛୁଆଙ୍କ ସହ ବାପଘରକୁ ପଳାଇଥିଲେ । ଗୁରୁବାର ସନ୍ଧ୍ୟାରୁ ମଝିଆ ଝିଅ ପୂଜା ଘରକୁ ଫେରି ନଥିଲେ । ପୂଜା ତାଙ୍କ ବାପାଙ୍କ ପାଖକୁ ଯାଇଥିବା ଭାବି ଗୁରୁବାରୀ ଆଉ ଖୋଜି ନଥିଲେ ।

ଶୁକ୍ରବାର ସକାଳୁ ପୂଜାର ମୃତଦେହ ନିକଟସ୍ଥ ଏକ ଘର ବାରଣ୍ଡାରୁ ଉଦ୍ଧାର ହୋଇଛି । ମୃତ ଶିଶୁକନ୍ୟାକୁ ଉଦ୍ଧାର କରି ଘର ନିକଟରେ ରଖିଥିବା ବେଳେ ତା ପାଟିରୁ ରକ୍ତ ବାହାରୁ ଥିବାରୁ ଗ୍ରାମବାସୀମାନେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ମଦ ନିଶାରେ ଏହି ହତ୍ୟାକାଣ୍ଡ କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।                                 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.